ଭୁବନେଶ୍ବର : ସୋମବାର ସକାଳ ପ୍ରାୟ ୮ଟାରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ  ହଂସପାଳ ଫ୍ଲାଏଓଭର ଶିଳାନ୍ୟାସ କରିଛନ୍ତି। ଉତ୍ତର ଭୁବନେଶ୍ବର ପରିଷଦ ପକ୍ଷରୁ ହଂସପାଳ ଫ୍ଲାଏଓଭର ନିର୍ମାଣ ଲାଗି ଦୀର୍ଘଦିନରୁ ଦାବି ହୋଇଆସୁଥିଲା।

Advertisment

ସୂଚନାଯୋଗ୍ୟ, ବହୁ ଟଣାଓଟରା ପରେ ହଂସପାଳ ଫ୍ଲାଏଓଭର ନିର୍ମାଣ ନେଇ ବାଟ ଖୋଲିଥିଲା। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏଠାରେ ଫ୍ଲାଏଓଭର ନିର୍ମାଣ ନ କରିବାକୁ ନିଷ୍ପତ୍ତି ନେଇଥିଲେ ହେଁ ଏଠାରେ ବଢ଼ୁଥିବା ସଡ଼କ ଦୁର୍ଘଟଣା ଏବଂ ସ୍ଥାନୀୟ ଲୋକଙ୍କ ଦାବି ଯୋଗୁଁ ଏଠାରେ ଫ୍ଲାଏଓଭର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି। ଦେଢ଼ ବର୍ଷରେ ନିର୍ମାଣ ହେବାକୁ ଥିବା ଏହି ଫ୍ଲାଏଓଭର ପାଇଁ ପ୍ରାୟ ୩୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ ହୋଇଛି।

publive-image

ଏହି ଫ୍ଲାଏଓଭର ନିର୍ମାଣ ହେଲେ ନହରକଣ୍ଟା, ହରିଦାସପୁର, ରୁଦ୍ରପୁର, ସୁନ୍ଦରପାଟଣା, ବଙ୍ଗୁଆରୀ, ହଂସପାଳ, ବାଲିଅନ୍ତା, ଭିଙ୍ଗାରପୁର ଅଞ୍ଚଳର ଲୋକମାନେ ଉପକୃତ ହେବେ। ଫ୍ଲାଏଓଭର ନିର୍ମାଣ ପାଇଁ ପୂର୍ବରୁ ଭୁବନେଶ୍ବର ଉତ୍ତରର ପୂର୍ବତନ ଓ ବର୍ତ୍ତମାନର ବିଧାୟକମାନେ ବାରମ୍ବାର ଦାବି କରୁଥିଲେ। ଏପରିକି ଶ୍ରୀମତୀ ଷଡ଼ଙ୍ଗୀ ସାଂସଦ ହେବା ପରେ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କାରୀଙ୍କ ସହ ଆଲୋଚନା କରିବା ପରେ ଫ୍ଲାଏଓଭର ନିର୍ମାଣ ନେଇ ବାଟ ଖୋଲିଥିଲା।