ବ୍ୟାସନଗର : ସୁନ୍ଦରାକାଣ୍ଡ ଭକ୍ତ ମଣ୍ଡଳୀ ଓ ମହିଳା ସମିତି ପକ୍ଷରୁ ୧୩ ତମ ହନୁମାନଙ୍କ ଜନ୍ମ ଉତ୍ସବ ପାଳିତ ହୋଇଛି। ନନ୍ଦରାମ ବାଟିକାରୁ ରାମ, ଲକ୍ଷ୍ମଣ, ସୀତାଙ୍କ ଓ ହନୁମାନଙ୍କ ଫଟୋ ସୁସଜ୍ଜିତ ଗାଡ଼ିରେ ଶୋଭାଯାତ୍ରା ବାହାରିଥିଲା। ମହିଳାମାନଙ୍କ ଜୟ ଶ୍ରୀରାମ ଧ୍ଵନିରେ ସହର କମ୍ପୁଥିଲା। ଶୋଭାଯାତ୍ରା ଗୋପବନ୍ଧୁ ଛକ ଦେଇ ଷ୍ଟେସନ ବଜାର, ବସଷ୍ଟାଣ୍ଡ, ରାଧାନାଥ ମାର୍ଗ, ଚୋରଦା ବାଇପାସ୍ ଛକ, ବ୍ୟାଙ୍କ ଷ୍ଟ୍ରିଟ ଦେଇ ନନ୍ଦରାମ ବାଟିକାରେ ପହଞ୍ଚିଥିଲା। ସେଠାରେ ସୁନ୍ଦରାକାଣ୍ଡ ପାଠ କରାଯାଇଥିଲା।
ମହିଳା ସମିତି ସଭାପତି ସୁମନ ଅଗ୍ରୱାଲ, ସୁଜାତା ଲାଢ଼ା, ଲତା ଲାକୋଟିଆ, ଗାୟତ୍ରୀ ଦେବୀ, ମାୟା ବାହେତି, ଅନ୍ନପୂର୍ଣ୍ଣା ଅଗ୍ରୱାଲ, ରଶ୍ମି ଅଗ୍ରୱାଲ, ସଙ୍ଗୀତା ଜିନ୍ଦଲ, ଉଷା ସେଠିଆ, ସେଲି ଜୈନ, ସରସ୍ଵତୀ ଲାଢ଼ା, ଅନି ଅଗ୍ରୱାଲ, ଉମା ବଜାଜ୍, ଲଳିତା ଚଣ୍ଡକ, ପୂଜା ଜାହଁର, ରଶ୍ମି ଜାହଁର, ପାୟଲ ଜୈନ, କବିତା ଅଗ୍ରୱାଲ, ରେଣୁ ଗର୍ଗ, ମନୀଷା ଲାକୋଟିଆ, ରଶ୍ମି ଗୁପ୍ତା, ଜ୍ୟୋତି ଗୁପ୍ତା, ଖୁସ୍ବୁ ଅଗ୍ରୱାଲ, କବିତା ଭର୍ତ୍ତିଆ, ରିତୁ ସରାଫ, ଅଲକା ଅଡୁକିଆ, ବବିତା ଅଗ୍ରୱାଲ, ଚିନୁ ଅଗ୍ରୱାଲ, ମଞ୍ଜୁ ମଟାଣିଆ, ଅଶୋକ ଅଗ୍ରୱାଲ, ପବନ ଅଗ୍ରୱାଲ, ଭ୍ରମର ଲାଲ ଚଣ୍ଡକ, ମହାବୀର ଲାଢ଼ା, ଶ୍ୟାମ ବଜାଜ୍, ଗିରିରାଜ ଲାକୋଟିଆ, ମେନ ଚାନ୍ଦ ଲାକୋଟିଆ, ପିଣ୍ଟୁ ଅଗ୍ରୱାଲ, ସୋନୁ ଗୁପ୍ତା, ସୁନୀଲ ବାହେତି, ପବନ ଓସୱାଲ, ହେମନ୍ତ ଚଣ୍ଡକ, ନିରୁ ଚଣ୍ଡକ, ଶ୍ୟାମ ଶର୍ମା, ବିଜୟ ଢାଗା ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/byasanagar.jpg)