ବୌଦ୍ଧ : ସୋମବାର ବୌଦ୍ଧ ଜିଲ୍ଲାରୁ ୧୭୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରେ ବୌଦ୍ଧ ଏନ୍ଏସି ୧୨ ନଂ, ୧୧ ନଂ, ୪ ନଂ, ୫ ନଂ, ୬ ନଂ ଓ ୮ ନଂ ୱାର୍ଡରୁ ଜଣେ ଲେଖାଏଁ, ୧୫ ନଂ ୱାର୍ଡରୁ ୪ ଜଣ, ୨ ନଂ ୱାର୍ଡରୁ ୫ ଜଣ, ୭ ନଂ ୱାର୍ଡରୁ ୨ ଜଣ ରହିଛନ୍ତି। ବୌଦ୍ଧ ବ୍ଲକ ବଢ଼ିଗାଁ ପଞ୍ଚାୟତ, ବଘିଆପଡ଼ା, ବହିରା, ବନ୍ଧାପଥର, ଖୁଣ୍ଡବନ୍ଧ, ତେଲିବନ୍ଧ ପଞ୍ଚାୟତରୁ ଜଣେ ଲେଖାଏଁ, ବୌଦ୍ଧ ସଦର ପଞ୍ଚାୟତରୁ ୨ ଜଣ ରହିଛନ୍ତି। ତେବେ ଜିଲ୍ଲାରେ ହରଭଙ୍ଗା ବ୍ଲକର ସଦର ପଞ୍ଚାୟତ ହଟ୍ସ୍ପଟ ସାଜିଛି।
କେବଳ ହରଭଙ୍ଗା ପଞ୍ଚାୟତ ଅଞ୍ଚଳରୁ ୮୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ହରଭଙ୍ଗା ଗ୍ରାମରୁ ୪୧ ଜଣ, ନୂଆକୋଡ଼ାସିଙ୍ଗାରୁ ୧୭ ଜଣ ଓ ସମ୍ବଲପୁର ଗ୍ରାମରୁ ୨୮ ଜଣ ଭେଜିଗୋରାରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି। ହରଭଙ୍ଗା ବ୍ଲକର ଅନ୍ୟ ପଞ୍ଚାୟତ ମଧ୍ୟରେ ଆଡ଼େଣିଗଡ଼, ବନ୍ଧାପଥର, ରାଧାନଗର ଓ ସଙ୍କୁଲେଇ ପଞ୍ଚାୟତରୁ ୨ ଜଣ ଲେଖାଏଁ, ବାମଣ୍ଡା ଓ ବାଣିଭୂଷଣପୁର ପଞ୍ଚାୟତରୁ ୩ ଜଣ ଲେଖାଏଁ, ଧଳପୁର ପଞ୍ଚାୟତରୁ ୪ ଜଣ, ଲୁଣିବାହାଲ, ମହାଳିକପଡ଼ା, ମଥୁରା, ସରସରା, ବୀରନରସିଂହପୁର ଓ ତିଲେଶ୍ବର ପଞ୍ଚାୟତରୁ ଜଣେ ଲେଖାଏଁ, ସାମ୍ପୋଚ ପଞ୍ଚାୟତରୁ ୬ ଜଣ ରହିଛନ୍ତି। କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତରୁ ୨ ଜଣ, ବିଳାସପୁର ପଞ୍ଚାୟତରୁ ୫ ଜଣ, ମନମୁଣ୍ଡା ଓ ଦପଲା ପଞ୍ଚାୟତରୁ ୪ ଜଣ ଲେଖାଏଁ, ଘଣ୍ଟାପଡ଼ା ପଞ୍ଚାୟତରୁ ୨ ଜଣ, ଗୁଡ଼ଭେଲିପଦର ପଞ୍ଚାୟତରୁ ୩ ଜଣ, କଣ୍ଟାମାଳ ପଞ୍ଚାୟତରୁ ୮ ଜଣ, ଘିକୁଡ଼ି, ଖଲିଆପାଲି, ଖଟଖଟିଆ, ଖୁଣ୍ଟିଗୋରା ଓ ଲମ୍ବସରି ପଞ୍ଚାୟତରୁ ଜଣେ ଲେଖାଏଁ ରହିଛନ୍ତି। ଆଜିର ପଜିଟିଭଙ୍କୁ ମିଶାଇ ଜିଲ୍ଲାର ମୋଟ ପଜିଟିଭ ସଂଖ୍ୟା ୩୭୭୩ ହୋଇଥିବା ବେଳେ ୨୯୧୯ ଜଣ ସୁସ୍ଥ ହୋଇଛନ୍ତି। ୮୩୯ ଜଣ ଚିକିତ୍ସାଧୀନ ରହିଛନ୍ତି।