ପୁଲିସ ଏନ୍‌କାଉଣ୍ଟର୍‌ରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଗୁରୁତର, ବୁର୍ଲା ସ୍ଥାନାନ୍ତର

ରାଉରକେଲା: ବୁଧବାର ରାତିରେ ଲାଠିକଟା ପୁଲିସ ସହ ଗୁଳି ବିନିମୟ କରି ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଗରୁତର ଆହତ ହୋଇଛନ୍ତି।

ଆହତ ଅପରାଧୀ ହେଉଛି ସୁନୀଲ ମାଝୀ। ତା’ର ଡାହଣ ଗୋଡ଼ରେ ଗୁଳି ଚୋଟ ଲାଗିଛି। ଗୁରୁତର ସ୍ୱାସ୍ଥ୍ୟାବସ୍ଥାରେ ତାଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନା ଏବଂ ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ତା’ ନିକଟରୁ ପୁଲିସ ଗୋଟାଏ ବନ୍ଧୁକ ଜବତ କରିଛି।

ସୁନୀଲ ନାମରେ ବିଭିନ୍ନ ଥାନରେ ୨ଟି ନରହତ୍ୟା ଏବଂ ଡକାୟତି ଭଳି ପ୍ରାୟ ୨୯ଟି ମାମଲା ରହିଛି।

ତାକୁ ଧରିବାକୁ ପୁଲିସ ଦୀର୍ଘ ଦିନରୁ ଉଦ୍ୟମ ଚଳାଇଥିଲା।

ବୁଧବାର ରାତିରେ ସେ ଶିଉଡ଼ି ନିକଟରେ ଥିବା ସୂଚନା ପାଇ ପୁଲିସ ତାକୁ ଧରିବାକୁ ଯାଇଥିଲା। ପୁଲିସକୁ ଦେଖି ସୁନୀଲ ପ୍ରଥମେ ଗୁଳି ଚଳାଇଥିଲ। ପୁଲିସ ପାଲଟା ଗୁଳି ଚଳାଇବାରୁ ସେ ଗୁରୁତର ଆହତ ହୋଇଛି।

ସମ୍ବନ୍ଧିତ ଖବର