ମାଲକାନଗିରି: ଆଗକୁ ସହିଦ ସପ୍ତାହ ଥିବା ବେଳେ ମାଲକାନଗିରିରେ ଏବେ ଠାରୁ ମାଓବାଦୀମାନେ ସକ୍ରିୟ ହେବାକୁ ଲାଗିଲେଣି। ତେବେ ମାଲକାନଗିରି ପୁଲିସ ସୀମାକୁ ସିଲ କରିବା ସହ ନକ୍ସଲ ଗତିବିଧି ଉପରେ ଶକ୍ତ ନଜର ରଖିଛି। ଏହି ପରିପ୍ରେକ୍ଷୀରେ ମାଲକାନଗିରି ପୁଲିସକୁ ବଡ ସଫଳତା ମିଳିଛି। ଜଣେ ହାର୍ଡକୋର ନକ୍ସଲକୁ ଗିରଫ କରିବାରେ ସଫଳତା ହାସଲ କରିଛି।
ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ଏସପି ନୀତିଶ ଵାଧବାନୀଙ୍କ ନିର୍ଦେଶକ୍ରମେ ଏସଓଜି ଏବଂ ଡିଭିଏଫ ଯବାନ ମାଥିଲି ବ୍ଲକର ତୁଳସୀ ପାହାଡ ଅଂଚଳରେ କମ୍ବିଂ କରିବାକୁ ବାହାରିଥିଲେ। ସେଠାରେ ମାଓବାଦୀମାନେ କ୍ୟାମ୍ପ କରି ରହିଥିବା ସୂଚନା ମିଳିଥିଲା। ଜଂଗଲରେ ଜଣେ ବ୍ୟକ୍ତି ବନ୍ଧୁକ ଧରି ଏପଟ ସେପଟ ହେଉଥିବା ଯବାନ ଦେଖିବାକୁ ପାଇଥିଲେ। ତେବେ ଯବାନ ତୁରନ୍ତ ଜଂଗଲକୁ ଘେରି ଏହି ବ୍ୟକ୍ତିଙ୍କୁ ଗିରଫ କରି ପଚରାଉଚରା କରିଥିଲେ। ପଚରାଉଚରା ପରେ ସେ କାଙ୍ଗେର ଘାଟି ଏରିଆ କମିଟିର ପାର୍ଟିମେମ୍ବର ବୋଲି ଜଣାପଡିଥିଲା। ଏହି ନକ୍ସଲର ନାମ ଲକ୍ଷ୍ମଣ ପଡିଆମି ଅରଫ ଛୋଟା ଲକ୍ଷ୍ମଣ(୨୮)।
/sambad/media/post_attachments/wp-content/uploads/2022/07/MKg-DVF-adn-SOG-arrested-naxal-3-e1657452302394.jpg)
ମାଲକାନଗିରିର ମାଥିଲି ଥାନା ଅନ୍ତର୍ଗତ କାଙ୍ଗେର ଘାଟି ଏବଂ ଛତିଶଗଡର ବିଭିନ୍ନ ଅଂଚଳରେ କାମ କରୁଥିଲା। ମାଲକାନଗିରି ସମେତ ଛତିଶଗଡର ବିଭିନ୍ନ ଥାନାରେ ଲକ୍ଷ୍ମଣ ନାମରେ ମାମଲା ରହିଥିବା ପୁଲିସ କହିଛି। ମାଥିଲି ଥାନା ଅଂଚଳର ଟେମରୁପାଲୀ ପଞ୍ଚାୟତ କାର୍ଯ୍ୟାଳୟକୁ ପୋଡିଦେବା, ସରକାରୀ ସଂପତ୍ତିକୁ ଲୁଟ କରିବା, ଠିକାଦାର ସୁକୁମାର ମଣ୍ଡଳକୁ ହତ୍ୟା କରିବା ଭଳି ହିଂସାରେ ସାମିଲ ଥିବା ପୁଲିସ କହିଛି। ଓଡିଶା ସରକାରଙ୍କ ତରଫରୁ ଲକ୍ଷ୍ମଣ ନାମରେ ଏକ ଲକ୍ଷ ଟଂକା ପୁରସ୍କାର ରାଶି ଘୋଷଣା କରାଯାଇଥିବା ବେଳେ ଛତିଶଗଡ ସରକାରଙ୍କ ତରଫରୁ ମଧ୍ୟ ପୁରସ୍କାର ଘୋଷିତ କରାଯାଇଛି। ଲକ୍ଷ୍ମଣ ଠାରୁ ପୁଲିସ ଗୋଟିଏ ବନ୍ଧୁକ ମଧ୍ୟ ଜବତ କରିଛି। ପୁଲିସ ଲକ୍ଷ୍ମଣକୁ ଧରି ଅଧିକା ପଚରାଉଚରା କରୁଥିବା କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/MKg-DVF-adn-SOG-arrested-naxal-2.jpg)