ହାର୍ଡକୋର ନକ୍ସଲ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେଵାଡା ଅଞ୍ଚଳରେ ଡିଆରଜି ଯବାନ ଜଣେ ହାର୍ଡକୋର ନକ୍ସଲକୁ ଏନକାଉଣ୍ଟର କରିଛନ୍ତି। ବିଜାପୁର ନିକଟସ୍ଥ ପୁଷବାଡା ଜଂଗଲରେ ଆଜି ଅପରାହ୍ନରେ ଡିଆରଜି ଯବାନ କମ୍ବିଂ ଅପରେସନ କରିବା ସମୟରେ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲେ। ଉଭୟ ପଟୁ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା। ତେବେ ଯବାନଙ୍କ ସାମ୍ନା କରିନପାରି ଶେଷରେ ନକ୍ସଲ ପଛଘୁଞ୍ଚା ଦେଇଥିଲେ। ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ କରିବା ବେଳେ ଜଣେ ମାଓବାଦୀର ଶବ ମିଳିଥିଲା। ସେହିପରି ଗୋଟିଏ ୯ଏମଏମ ପିସ୍ତଲ ମଧ୍ୟ ଜବତ କରାଯାଇଛି। ମୃତ ନକ୍ସଲ ଜଣକ ହେଲେ କମଲୁ ଓରଫ ଶଂକର ବୋଲି ଦନ୍ତେଵାଡା ଏସପି ଅଭିଷେକ ପଲ୍ଲବ କହିଛନ୍ତି।

ସମ୍ବନ୍ଧିତ ଖବର