ତିନିଦିନିଆ ଓଡ଼ିଶା ଗସ୍ତରେ ହାର୍ଦିକ ପଟେଲ୍‌

ଭୁବନେଶ୍ୱର : ଆଜି ଗୁଜୁରାଟର ପଟିଦାର ଆନ୍ଦୋଳନ ନେତା ହାର୍ଦିକ୍‌ ପଟେଲ ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଆସନ୍ତାକାଲି ସେ ବାରିପଦାରେ କୁଡୁମୀ ସମ୍ପ୍ରଦାୟ ଲୋକମାନଙ୍କୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। କୁଡୁମୀ ସମ୍ପ୍ରଦାୟର ଲୋକେ ଜନଜାତି ସମ୍ପ୍ରଦାୟରେ ସାମିଲ ହେବା ଲାଗି ଆନ୍ଦୋଳନ ଜାରି ରଖିଛନ୍ତିି। କେନ୍ଦ୍ର ସରକାର ଏହି ସମ୍ପ୍ରଦାୟର ଲୋକଙ୍କୁ ଅନ୍ୟାନ୍ୟ ପଛୁଆ ବର୍ଗ ଶ୍ରେଣୀଭୁକ୍ତ କରିଛନ୍ତି। ପଟେଲ୍‌ଙ୍କ ଯୋଗଦାନ ଯୋଗୁଁ ସେମାନଙ୍କର ଏହି ଆନ୍ଦୋଳନକୁ ପ୍ରୋତ୍ସାହିତ କରିବ ବୋଲି କୁଡୁମୀ ସେନାର ସାଧାରଣ ସଂପାଦକ ଚନ୍ଦନ କୁମାର ମହାନ୍ତ ଆଶାପ୍ରକାଶ କରିଛନ୍ତି। ଆସନ୍ତାକାଲି ବାରିପଦାର ଛଉ ପଡ଼ିଆରେ ହେବାକୁ ଥିବା ସଭା ନିମନ୍ତେ ଏକ ଶୋଭାଯାତ୍ରା ବେତନଟୀଠାରୁ ବାହାରିବ ବୋଲି ସେ କହିଛନ୍ତିି। ସୋମବାର ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିପାରନ୍ତି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର