ବାରିପଦା : ସ୍ଥାନୀୟ ମହାରାଜା କୃଷ୍ଣଚନ୍ଦ୍ର ସାହିତ୍ୟ ସଂସଦ ପକ୍ଷରୁ କୃତି ଶିକ୍ଷକ ଶଶୀଧର ବିଶ୍ୱାଳଙ୍କ ପୌରୋହିତ୍ୟରେ ଆଜି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ଅମିତାଭ ମିଶ୍ର, ସରୋଜ କୁମାର ନାୟକ, ଅମୂଲ୍ୟ କୁମ୍ଭକାର, ଉପେନ୍ଦ୍ର ନାଥ ବେହେରା, ମନୋଜ କୁମାର ପରିଡ଼ା ପ୍ରମୁଖ ଯୋଗ ଦେଇ ଡ଼ଃ ମହତାବଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହାପରେ ଡ଼ଃ ମହତାବଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ ପୂର୍ବକ ସ୍ମୃତି ଚାରଣ କରାଯାଇଥିଲା ।
ସେହିପରି ଆଗାମୀ ଦିନରେ ଡ଼ଃ ମହତାବଙ୍କ ରଚିତ ବିଭିନ୍ନ ପୁସ୍ତକ ସଂଗ୍ରହ କରାଯିବା ସଂଗେସଂଗେ ସେଗୁଡ଼ିକ କିପରି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଦୃତ ଓ ବହୁଳ ଭାବେ ପ୍ରସାରିତ ହୋଇ ପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ମନୋରଞ୍ଜନ ଜେନା ଓ ଶାନ୍ତିଲତା ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନରେ ସହାୟତା ପ୍ରଦାନ କରିଥିଲେ ।