ଅବସରପ୍ରାପ୍ତ ଉପସଚିବ ହରେକୃଷ୍ଣ ପୃଷ୍ଟିଙ୍କ ପରଲୋକ

ଭୁବନେଶ୍ବର : ଅବସରପ୍ରାପ୍ତ ଉପସଚିବ ହରେକୃଷ୍ଣ ପୃଷ୍ଟିଙ୍କର ଆଜି ଭୁବନେଶ୍ବରସ୍ଥିତ ବାସଭବନରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ପୁରୀ ଜିଲ୍ଲା ଡେଲାଙ୍ଗ ସୁଜନପୁର ପଞ୍ଚାୟତର ପଟଣପୁର ଗ୍ରାମରେ ୧୯୩୪ ମସିହାରେ ଏକ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ହରେକୃଷ୍ଣ ଅଭାବ ଅନଟନ ଭିତରେ ରେଭେନ୍ସା କଲେଜରୁ ସ୍ନାତକ ଡିଗ୍ରି ହାସଲ କରିଥିଲେ। ସେ ଜଣେ ମେଧାବୀ ଛାତ୍ର ଥିଲେ। ଅନୁଗୁଳ ଜିଲ୍ଲା‌ ଛେଣ୍ଡିପଦା ବ୍ଲକ ବାଗେଡ଼ିଆ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଭାବେ ସେ କର୍ମଜୀବନ ଆରମ୍ଭ କରିଥିଲେ।
ତାଙ୍କ ମୃତ୍ୟୁ ସମୟରେ ଦୁଇ ପୁଅ ବୈଜ୍ଞାନିକ ହରପ୍ରସାଦ ପୃଷ୍ଟି, ସମାଜସେବୀ ଦେବୀପ୍ରସାଦ ପୃଷ୍ଟି, ସହଧର୍ମିଣୀ ରୁକ୍ମଣୀ ସାହୁ, ସାନବୋହୂ ତଥା କଣ୍ଠଶିଳ୍ପୀ ସୋମା କର୍ମକାର, ସମୁଦୁଣୀ ଗୀତା କର୍ମକାର, ଝିଅ ଜୟଶ୍ରୀ ଜଗତି, ବଡ଼ବୋହୂ ଅନିତା, ନାତୁଣୀ ପ୍ରିୟଙ୍କା, ସୋମ୍ୟାଶ୍ରୀ ପୃଷ୍ଟି, ସୋନାଲି ଜଗତ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ମିଳିବା ପରେ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି। ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ବିଶ୍ବଭୂଷଣ ହରିଚନ୍ଦନ, ଶି‌ଳ୍ପୋଦ୍ୟୋଗୀ ତାରାରଞ୍ଜନ ପଟ୍ଟନାୟକ, ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ, ସାମାଜିକ କର୍ମୀ ପ୍ରମୋଦ କୁମାର ଦେବ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପ୍ରଦ୍ୟୁମ୍ନ ଶତପଥୀ, ଡ. ଦିଲ୍ଲୀପ ପରିଡ଼ା, ପ୍ରତାପ ସାହୁ, ଋତୁରାଜ ପଟ୍ଟନାୟକ, ଆଇନଜୀବୀ ବିଭୂକିଶୋର ତ୍ରିପାଠୀ, ଉମାଚରଣ ମହାନ୍ତି, ବୈଜ୍ଞାନିକ ସନ୍ଦୀପ ମିଶ୍ର, ପ୍ରଫେସର କାମିନୀ ମୋହନ ବୈଶାଖ, ସମ୍ବାଦିକ ପ୍ରସନ୍ନ ପଣ୍ଡା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର