କାର୍ତ୍ତିକ ସୋମବାର ପାଇଁ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ : ହରିହର ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହରିହର ବେଶ ଅନୁଷ୍ଠିତ ହୋଇଯାଇଛି। ଅବକାଶ ନୀତି ପରେ ବଡ ଠାକୁର ହରିହର, ରାଧା ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। କାର୍ତ୍ତିକ ସୋମବାର ଥିବାରୁ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦେଖିବାକୁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ହୋଇଥିଲା। ପରମ୍ପରା ମୁତାବକ ବଡ ଠାକୁର ହର (ଶିବ) ଜଗନ୍ନାଥ ରାଧା ଦାମୋଦର ବା ହରି (ବିଷ୍ଣୁ) ବେଶରେ ଦର୍ଶନ ଦେଇଥାନ୍ତି। ଏହି ଉପଲକ୍ଷେ ବଡ ଠାକୁର କଳା ଓ ଅଧା ଧଳା‌ ବେଶରେ ଦର୍ଶନ ଦେଇଥିବା ବେଳେ ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଥିଲେ। କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟାଠାରୁ ଶୁକ୍ଳ ଦଶମୀ ମଧ୍ୟରେ ସୋମବାର ପଡିଲେ ବଡ ଠାକୁରଙ୍କ ବାଡ‌େର ହରିହର ବେଶ ଅନୁଷ୍ଠିତ ହୋଇଥାଏ। ଆଜି କାର୍ତ୍ତିକ ସୋମବାର ଥିବାରୁ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଧାଡି ଦର୍ଶନ ସତ୍ତ୍ବେ ଭକ୍ତମାନେ ନାନାଦି ସମସ୍ୟାର ସମ୍ମୁଖୀନ ହୋଇଥିଲେ।

ସମ୍ବନ୍ଧିତ ଖବର