ହରିପ୍ରସାଦ ଚୌରାସିଆଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ

ଭୁବନେଶ୍ବର : ଦି ଓଡ଼ିଶା ସୋସାଇଟି ଅଫ୍‌ ଦି ଆମେରିକାସ (ଓଏସ୍‌ଏ)ର ସୁବର୍ଣ୍ଣ ଜୟନ୍ତୀ ଅବସରରେ ବିଶିଷ୍ଟ ବଂଶୀବାଦକ ‌ହରିପ୍ରସାଦ ଚୌରାସିଆଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଛି। ଆମେରିକାର ନିଉ ଜର୍ସି ରାଜ୍ୟ ଆଟ୍‌ଲାଣ୍ଟିକ୍‌ ସିଟିରେ ଅନୁଷ୍ଠିତ ୪ଦିନିଆ ଉତ୍ସବରେ ଶ୍ରୀ ଚୌରାସିଆଙ୍କୁ ଏହି ସମ୍ମାନ ଦିଆଯାଇଛି। ୧ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଫଳକ ଦେଇ ତାଙ୍କୁ ସମ୍ବର୍ଧିତ କରାଯାଇଛି। ୧୯୫୭ରେ କଟକର ଅଲ୍‌ ଇଣ୍ଡିଆ ରେଡିଓରୁ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ଶ୍ରୀ ଚୌରାସିଆ ପୁରସ୍କାର ପାଇବା ଅବସରରେ କହିଲେ, ଓଡ଼ିଶାରୁ ମୋ ଯାତ୍ରା ଆରମ୍ଭ ହୋଇଥିବାରୁ ମୁଁ ଓଡ଼ିଶା ନିକଟରେ ଋଣୀ। ବିଭିନ୍ନ କ୍ଷେତ୍ରରେ ଅବଦାନ ଥିବା ପ୍ରତିଭାମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଆସୁଛି। ଅତୀତରେ ଅକ୍ଷୟ ମହାନ୍ତି, ଚିତ୍ତ ଜେନା, ରଘୁନାଥ ପାଣିଗ୍ରାହୀ, ପ୍ରଫୁଲ୍ଲ କର, ପ୍ରଶାନ୍ତ ନନ୍ଦ, ଶାନ୍ତନୁ ମହାପାତ୍ର, ସୁନନ୍ଦା ପଟ୍ଟନାୟକ, ତୁଳସୀ ମୁଣ୍ଡା, ବିଭୂତି ପଟ୍ଟନାୟକ, ଶ୍ୟାମାମଣୀ ପଟ୍ଟନାୟକ ଓ ଶ୍ରୁତି ମହାପାତ୍ରଙ୍କ ଭଳି ପ୍ରତିଭାମାନେ ଏହି ସମ୍ମାନ ପାଇସାରିଛନ୍ତି।

ସମ୍ବନ୍ଧିତ ଖବର