ଖୋଲିଲା ଖପ୍ରାଖୋଲ ବ୍ଲକ୍‌ର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ହରିଶଙ୍କର ମନ୍ଦିର

ଧଣ୍ଡାମୁଣ୍ଡା : ଖପ୍ରାଖୋଲ ବ୍ଲକ୍‌ର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ହରିଶଙ୍କର ମନ୍ଦିର ୫ ମାସ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି। କରୋନା କଟକଣା କୋହଳ ହେବା ପରେ ମନ୍ଦିର ଖୋଲାଯାଇଛି। ଏହା ପରେ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ହରିଶଙ୍କର ପୀଠ ଚଳଚଞ୍ଚଳ ହୋଇଛି। ଶ୍ରଦ୍ଧାଳୁ ମନ୍ଦିର ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ମନ୍ଦିର ଗର୍ଭଗୃହକୁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଥିବା ବେଳେ କରୋନା ନିୟମ ଅନୁସାରେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଥିବା ମନ୍ଦିର ପରିଚାଳନା କମିଟିର ଗୁପ୍ତେଶ୍ୱର କୁଅଁର ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର