ପ୍ରବଳ ବର୍ଷା ଯୋଗୁଁ ହରିଶଙ୍କର ପୀଠ ଝରଣାରେ ପ୍ରବଳ ବେଗରେ ମାଡିଆସିଲା ପାଣି, ଶ୍ରଦ୍ଧାଳୁ ଆତଙ୍କିତ

ଭୁବନେଶ୍ୱର : ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ଅଭାବ ରହିଥିବାବେଳେ ଆଉ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବଲାଙ୍ଗୀରର ପ୍ରସିଦ୍ଧ ଶୈବପୀଠ ହରିଶଙ୍କରରେ ଆଜି ପ୍ରବଳ ବର୍ଷା ଯୋଗୁଁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଆଜି ଶ୍ରାବଣର ଶେଷ ସୋମବାର ଥିବାରୁ ହରିଶଙ୍କର ପୀଠରେ ବୋଲବମ ଭକ୍ତଙ୍କ ପ୍ରବଳ ଭୀଡ ଥିଲା ।

 

ଦିନ ପ୍ରାୟ ୧୧ଟା ସମୟରେ ମନ୍ଦିର ନିକଟରେ ଥିବା ଝରଣାରେ ହଠାତ ବନ୍ୟା ପାଣି ପ୍ରବଳ ବେଗରେ ମାଡିଆସିବାରୁ ଶ୍ରଦ୍ଧାଳୁମାନେ ଆତଙ୍କିତ ହୋଇପଡିଥିଲେ । ଝରଣାରେ ଶ୍ରଦ୍ଧାଳୁମାନେ ସ୍ନାନ କରିବାର ପରମ୍ପରା ଥିବାବେଳେ ଝରଣା ନିକଟକୁ ଯିବାକୁ କେହି ସାହସ ଜୁଟାଇପାରିନଥିଲେ । ଜିଲ୍ଲାରେ ଏବେ ବି ବର୍ଷା ଲାଗି ରହିଥିବାରୁ ଝରଣାରେ ପ୍ରବଳ ବେଗରେ ପାଣି ମାଡିଚାଲିଛି ।

ସମ୍ବନ୍ଧିତ ଖବର