ଭିଡିଓ ଦେଖନ୍ତୁ: ଧାନ କାଟିବା ବେଳେ କେମିତି ଜଳିଗଲା ହାରଭେଷ୍ଟର୍‌ ମେସିନ୍‌

ବ୍ରଜରାଜନଗର/ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ପଲସଦା ପଞ୍ଚାୟତ ରେଂକୁଲି ଛକ ନିକଟରେ ଧନ କଟା ଚାଲିଥିବା ବେଳେ ହାରଭେଷ୍ଟେର୍‌ ମେସିନଟି ଜଳି ଯାଇଛି। ମଙ୍ଗଳବାର ଅପରାହ୍‌ଣ ପ୍ରାୟ ୩ଟାରେ ଏପରି ଅଗ୍ନିକାଣ୍ଡ ଘଟିଛି। ମେସିନ୍‌ରେ ସର୍ଟ ସର୍କିଟ୍‌ କାରଣରୁ ଏପରି ଘଟିଥିବା କୁହାଯାଉଛି।

ଗ୍ରାମବାସୀମାନେ ନିଆଁ ଳିଭାଇବାକୁ ପ୍ରୟାସ କରିଥିଲେ। ଖବରପାଇ ଲଖନପୁରରୁ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମେସନ୍‌ରେ ଥିବା ଅମଳ ଧାନ ସୁରକ୍ଷିତ ଥିଲା। ଏହି ହାରଭେଷ୍ଟେର୍‌ ମେସିନ ଛତିଶଗଡ଼ ରାୟଗଡ଼ ଜିଲ୍ଲା ବିଜୟ ଗୁପ୍ତାଙ୍କର। ସେ ରେଙ୍କୁଲିର ଚାଷୀ ହେମ ସାଗର ସାଙ୍କ ଖେତରେ ଧାନ କାଟିବା ସମୟରେ ଏହି ଘଟଣା ଘଟିଥିଲା। ତେବେ ହାରଭେଷ୍ଟର୍‌ ମେସିନ୍‌ର ଚାଳକ ନିଶ୍ଚିତ ଭାବେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଜଣାପଡ଼ିଛି।

 

ତେବେ ଧାନ କାଟିବା ସମୟରେ ମେସିନ୍‌ ଜଳିଯିବା ଘଟଣା ନୂଆ ନୁହେଁ। ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଛି। ଗତ ନଭେମ୍ବର ୩୦ ତାରିଖରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ମାଣ୍ଡେଲ ଗ୍ରାମରେ ଧାନ ଅମଳ ସମୟରେ ଟ୍ରାକ୍ଟର ଜଳିଯାଇଥିଲା। ସର୍ଟସର୍କିଟ ଯୋଗୁଁ ସେଦିନ ଅଗ୍ନିକାଣ୍ଡ ଘଟିଥିଲା।

ପ୍ରକାଶ ଯେ, ନିକଟସ୍ଥ ଦହଲ ଗ୍ରାମର ଅଜିତ ନାଏକଙ୍କ ଟ୍ରାକ୍ଟର ଓ ଥ୍ରେସରକୁ ଭଡ଼ାରେ ଆଣି ଟୁକୁ ନାଏକ ତାଙ୍କ ଧାନ ଅମଳ କରୁଥିଲେ। ଏହି ସମୟରେ ଟ୍ରାକ୍ଟର ଇଞ୍ଜିନରେ ସର୍ଟସର୍କିଟ୍ ଯୋଗୁଁ ହଠାତ୍ ନିଆଁ ଲାଗିଯାଇଥିଲା। ପ୍ରଥମେ ଉପସ୍ଥିତ ଲୋକେ ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ। ବିଫଳ ହେବାରୁ ନର୍ଲା ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଦମକଳ କେନ୍ଦ୍ରର ଓଆଇସି ତରଣୀସେନ ମିର୍ଦ୍ଧା ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ଟ୍ରାକ୍ଟର ସମ୍ପୂର୍ଣ୍ଣ ଏବଂ ଥ୍ରେସର୍‌ର ଗୋଟିଏ ଚକା ଆଂଶିକ ପୋଡ଼ି ଯାଇଥିଲା।

ସମ୍ବନ୍ଧିତ ଖବର