ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହି ଜିଲ୍ଲା ସମେତ ଉପକୂଳ ଓଡ଼ିଶାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହି ୨୩ଟି ଜିଲ୍ଲାରେ କାଳବୈଶାଖୀ ସହିତ କୁଆପଥର ମାଡ ଏବଂ ଘଡ଼ଘଡ଼ି ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ ୫୦ରୁ ୬୦କିମି ବେଗରେ ପବନ ବହିବ। ଏହି ଜିଲ୍ଲାମାନଙ୍କ ମଧ୍ୟରେ କନ୍ଧମାଳ,କୋରାପୁଟ, ମାଲକାନଗିରି,ନବରଙ୍ଗପୁର,କଳାହାଣ୍ଡି, ଗଜପତି, ବରଗଡ଼, ନୂଆପଡ଼ା, ବୌଦ୍ଧ, ନୟାଗଡ଼, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ,କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, କେଉଁଝର, ସୁନ୍ଦରଗଡ଼ ଓ ଅନୁଗୁଳ ରହିଛି। ଘଡ଼ଘଡ଼ି ବିଜୁଳି ମାରିବା ବେଳେ ଘରୁ ନବାହାରିବା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ସେହିପରି ଉପକୂଳ ଓଡ଼ିଶାର ଗୋଟିଏ କମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ସୋନପୁରରେ ସର୍ବାଧିକ ତାପମାତ୍ର ୪୩.୦ଡିଗ୍ରୀ ଥିବା ବେଳେ ହୀରାକୁଦରେ ସର୍ବନିମ୍ନ ତାପମାତ୍ର ୧୭.୨ ଡିଗ୍ରୀ ରହିଛି। ଓଡ଼ିଶାର ଅନ୍ୟସ୍ଥାନମାନଙ୍କରେ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ପକ୍ଷରୁ ପ୍ରକାଶ।୧୬ ତାରିଖ ଯାଏ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି।

ସମ୍ବନ୍ଧିତ ଖବର