ଭୁବନେଶ୍ୱର: ଆଗାମୀ ୨୪ଘଣ୍ଟା ମଧ୍ୟରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ସୋମବାର ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ। ପ୍ରାପ୍ତ ସୂଚନା ଅନୁସାରେ, ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଏକ ଡିପ୍ରେସନ୍ କ୍ରମଶଃ ଡିପ୍ ଡିପ୍ରେସନ୍ର ରୂପ ନେଉଛି। ଏହା ଘଣ୍ଟାକୁ ୧୫ କିଲୋମିଟର ବେଗରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଫଳରେ ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ସୁଚନା ମୁତାବକ, ଏବେ ବାଲେଶ୍ୱରଠାରୁ ୧୯୦କିମି ଦୂରରେ ଡିପ୍ ଡିପ୍ରେସନ୍ର କେନ୍ଦ୍ରସ୍ଥଳ ରହିଛି। ଏହାର ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ବେଗ ୪୫ରୁ ୫୫କିମି ବେଗରେ ପବନ ବହିବାର ସମ୍ଭାବନା ବି ରହିଛି । ପାରଦ୍ୱୀପ-ଗୋପାଳପୁର ବନ୍ଦରରେ ୩ ନମ୍ବର ବିପଦ ସଙ୍କେତର ସୂଚନା ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଘଡଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିହାରରେ ଅକ୍ଟୋବର ୧୦ରୁ ୧୧ଯାଏଁ ଲାଗାଣ ବର୍ଷା ଜାରି ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/rainfall.jpg)