ଭଂଜନଗର ଜେଲରୁ ବାବୁ ନାଇକ୍‌ ଚମ୍ପଟ ଘଟଣା : ହାବିଲ୍‌ଦାର, ଦୁଇଓ୍ଵାର୍ଡର ନିଲମ୍ବିତ, ଅଧୀକ୍ଷକଙ୍କୁ ବଦଳି

ଭଂଜନଗର : ଗତ ୧୧ ତାରିଖ ମଧ୍ୟାହ୍ନରେ ଭଂଜନଗର ଉପଖଣ୍ଡ ସ୍ୱତନ୍ତ ଉପକାରାଗାର ପାଚେରୀ ଡେଇଁ ହାର୍ଡକୋର୍‌ ଅପରାଧୀ ବାବୁ ନାଇକ୍‌ ଚମ୍ପଟ୍‌ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଜେଲ ଡିଆଇଜି ରଘୁନାଥ ମାଝୀଙ୍କ ତଦନ୍ତ ରିପୋର୍ଟକୁ ଆଧାର କରି ଜେଲର୍‌ ସ୍ମିତାରାଣୀ ଖଟୁଆଙ୍କୁ କେଉଁଝର ଜିଲ୍ଲା ଆନନ୍ଦପୁର ଜେଲ୍‌କୁ ବଦଳି ହୋଇଛି। ତାଙ୍କ ସ୍ଥାନରେ ବାଣପୁର ସବଜେଲ ଅଧୀକ୍ଷକ ସର୍ବେଶ୍ୱର ସାହୁଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି କାର୍ଯ୍ୟରେ ଅବହେଳା ଦର୍ଶାଇ ହାବିଲଦାର ସୀମାଞ୍ଚଳ ବେହେରା ଓ ଦୁଇ ଓ୍ଵାର୍ଡର ଅମୂଲ୍ୟ ପାଳ ଓ ସୁଶାନ୍ତ ଦେହୁରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ଘଟଣାକୁ ୫ ଦିନ ବିତିସାରିଥିଲେ ମଧ୍ୟ ପୁଲିସ ବାବୁର କୌଣସି ଟେର୍‌ ପାଇପାରି ନାହିଁ। ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର