ପୁରୀ : ଅସ୍ତରଙ୍ଗ ଥାନା ଆଇଆଇସି ପ୍ରଣୀତା ପଟ୍ଟନାୟକ ଆକ୍ରମଣର ଶିିକାର ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଭିତ୍ତିରେ ଜଣେ ହାବିଲଦାର ଗିରଫ ହୋଇଛନ୍ତି। ଗତକାଲି ରାତିରେ ପୁରୀ ବିଦ୍ୟୁତ୍ ଥାନାର ହାବିଲଦାର ଚିତ୍ତରଞ୍ଜନ ବାରିକ ଓ ତାଳବଣିଆ ଥାନାର କନେଷ୍ଟବଳ ଚିତ୍ରସେନ୍ ପ୍ରଧାନ ଅସ୍ତରଙ୍ଗ ଥାନା ନିକଟରେ ଥିବା ଜ୍ଞାନଦେବୀ କଲ୍ୟାଣୀ ମଣ୍ଡପ ପରିସରରେ ମଦ ପିଉଥିଲେ। ଏହାକୁ ଦେଖିବା ପରେ ଆଇଆଇସି ପ୍ରଣୀତା ପଟ୍ଟନାୟକ ବାରଣ କରିଥିଲେ। ଫଳରେ ସେମାନଙ୍କ ମଧ୍ୟରେ ବଚସା ଓ ମାରପିଟ୍ ହୋଇଥିଲା। ଖବର ପାଇ ଥାନାରୁ ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆଇଆଇସିଙ୍କୁ ଦୁଇ ଜଣଙ୍କ କବଳରୁ ରକ୍ଷା କରିଥିଲେ। ତେବେ ଏହାର ସୁଯୋଗ ନେଇ କନେଷ୍ଟବଳ ପ୍ରଧାନ ଫେରାର ହୋଇଯାଇଥିବାବେଳେ ହାବିଲଦାର ବାରିକକୁ ପୁଲିସ କାବୁ କରିନେଇ ଥିଲା। ଏନେଇ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଅସ୍ତରଙ୍ଗ ଥାନାର ମାମଲା ରୁଜୁ ହୋଇଥିଲା। ଏଚ୍ଆର୍ପିସି ଡିଏସପି ଏହି ମାମଲାର ତଦନ୍ତ କରି ଅଭିଯୁକ୍ତ ହାବିଲଦାର ଚିତ୍ତରଞ୍ଜନ ବାରିକଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଥିବାବେଳେ ଚିତ୍ରସେନ ଏବେ ଫେରାର ଅଛି।
ଥାନା ଆଇଆଇସିଙ୍କୁ ମାଡ଼, ହାବିଲଦାର ଗିରଫ
/sambad/media/post_attachments/wp-content/uploads/2018/02/arrr.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)