କିଶନନଗର : ହାୱଲା ଅର୍ଥ କାରବାର ଅଭିଯୋଗରେ ହାଇଦ୍ରାବାଦ ପୁଲିସ କଟକ ଜିଲ୍ଲା କିଶନନଗର ଥାନା ଅନ୍ତର୍ଗତ ବୋଧପୁର ପଞ୍ଚାୟତ ନାନପୁର ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଗ୍ରାମର ସଞ୍ଜୟ ବେହେରା (୨୫)ଙ୍କ ନିକଟରୁ ଲାପ୍ଟପ୍, ଏଟିଏମ୍ କାର୍ଡ, ମୋବାଇଲ୍ ଫୋନ ଆଦି ଜବତ କରାଯାଇଥିବା ପୁଲିସ ସୂଚନା ଦେଇଛି। ଆଜି ମାଜିଷ୍ଟ୍ରେଟ୍ଙ୍କ ନିକଟରେ ହାଜର କରାଯିବା ପରେ ତାଙ୍କୁ ହାଇଦ୍ରାବାଦ ନିଆଯାଇଥିବା ଜଣାପଡ଼ିଛି।
ଗତକାଲି ଅପରାହ୍ନରେ କିଶନନଗର ଥାନା ପୁଲିସ ସହାୟତାରେ ହାଇଦ୍ରାବାଦ ପୁଲିସର ଦୁଇ ଜଣିଆ ଟିମ୍ ନାନପୁର ଗ୍ରାମର ୩ଜଣ ଯୁବକଙ୍କୁ ଉଠାଇ ନେଇଥିଲା। ସେମାନଙ୍କୁ କିଶନନଗର ଥାନାରେ ରଖି ଜେରା କରାଯାଇଥିଲା। ଏହାପରେ ଦୁଇ ଜଣଙ୍କୁ ଛାଡ଼ି ଦିଆଯାଇଥିଲା ବେଳେ ସଞ୍ଜୟଙ୍କୁ ଗିରଫ କରାଯାଇଥିଲା। ଆଜି ସକାଳେ କିଶନନଗର ଡାକ୍ତରଖାନାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ତାଙ୍କୁ କଟକ ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯାଇଥିଲା। ଅନ୍ୟପଟେ, ସଞ୍ଜୟ ଗିରଫ ହେବାପରେ ହାୱଲା ଅର୍ଥ କାରବାରରେ ସମ୍ପୃକ୍ତ ଅଞ୍ଚଳର କେତେକ ଯୁବକ ଫେରାର ହୋଇଯାଇଥିବା ଚର୍ଚ୍ଚା ହେଉଛି।
ସେହିପରି ଉକ୍ତ ବେଆଇନ ଅର୍ଥ କାରବାରରେ ସମ୍ପୃକ୍ତ ଅଞ୍ଚଳର ମାଷ୍ଟରମାଇଣ୍ଡକୁ ପୁଲିସ ଧରିପାରି ନ ଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/kishananagar.jpg)