ଓକିଲ-ପୁଲିସ୍ ବିବାଦ: ଡିଜିପିଙ୍କ ସହ ଆଲୋଚନା ପାଇଁ ହାଇକୋର୍ଟ ବାର ଆସୋସିଏସନ୍‌ ପ୍ରସ୍ତୁତ

କଟକ: ହାଇକୋର୍ଟ ବାର ଆସୋସିଏସନ୍‌ର ଆନ୍ଦୋଳନ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ। ଦୁଇ ଦିନ ତଳେ ପୁଲିସ ମହାନିର୍ଦ୍ଦେଶକଙ୍କ ତରଫରୁ ଆସିଥିବା ପ୍ରସ୍ତାବକୁ ବାର୍‌ ଆସୋସିଏସନ୍‌ ଗ୍ରହଣ କରିଛି। ବାର ଆସୋସିଏସନ୍‌ ଡିଜିପିଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଅଛି। ଆସୋସିଏସନ୍‌ର ସାଧାରଣ ପରିଷଦ ବୈଠକରେରେ ଏହି ନିଷ୍ପତ୍ତି ହୋଇଛି। ନିରପେକ୍ଷ ସ୍ଥାନରେ ଆଲୋଚନା ପାଇଁ ବାର ଆସୋସିଏସନ୍‌ ରାଜି ହୋଇଥିବା ବେଳେ ପରବର୍ତ୍ତୀ ପଦକ୍ଷେପ ପାଇଁ ସୋମବାର ବୈଠକରେ ନିଷ୍ପତ୍ତି ନିଆଯିବ।

କଟକର ନୂଆବଜାର ଅଞ୍ଚଳରେ ଗତ ଅଗଷ୍ଟ ୨୮ରେ ଆଇନ୍‌ଜୀବୀଙ୍କୁ ମାଡ଼ ମାରିବା ଘଟଣାକୁ କେନ୍ଦ୍ର କରି ହାଇକୋର୍ଟ ବାର ଆସୋସିଏସନ୍‌ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଫଳରେ କୋର୍ଟ ସଂପର୍କିତ ମାମଲା ପଡ଼ି ରହିଛି।

ସମ୍ବନ୍ଧିତ ଖବର