କଟକ: ହାଇକୋର୍ଟ ବାର ଆସୋସିଏସନ୍ର ସଂପାଦକଙ୍କ ମନମୁଖୀ କାର୍ଯ୍ୟକ୍ରମକୁ ବିରୋଧ କରି ଶନିବାର ଆସୋସିଏସନ୍ର ଉପ-ସଭାପତି ବଂଶୀଧର ଶତପଥୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସ୍ଥାନୀୟ ଦ୍ୱାରକା ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶତପଥୀ କହିଛନ୍ତି, ଆଗାମୀ ୩୧ ତାରିଖରେ ରାଜ୍ୟର ମୁଖ୍ୟ ସ୍ଥାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯିବା ଏବଂ ନବୀନ ନିବାସ ଘେରାଉ କରିବା ପ୍ରସ୍ତାବ ଉପରେ ସେ ସହମତି ଦେଇ ନଥିଲେ ମଧ୍ୟ ରିଜୋଲୁସନରେ ହସ୍ତାକ୍ଷର କରିବାକୁ ପଡ଼ିଥିଲା। ଆସୋସିଏସନ୍ ସଂପାଦକ ମନମୁଖୀ ବିବୃତ୍ତି ଦେଇଥିଲେ। ଏହାକୁ ବିରୋଧ କରି ମୁଁ ପଦରୁ ଇସ୍ତଫା ଦେଇଛି ବୋଲି ଶତପଥୀ କହିଛନ୍ତି।
/sambad/media/post_attachments/wp-content/uploads/2018/10/ctc1-1-300x225.jpg)
ଶ୍ରୀ ଶତପଥୀଙ୍କ ଇସ୍ତଫା ଦେବା ପରେ ଆଇନଜୀବୀ ଆନ୍ଦୋଳନ ପୁଣି ଏକ ନୂଆ ବିବାଦ ଆଡକୁ ଠେଲି ହୋଇଥିବାର ଅନୁମାନ କରାଯାଉଛି। ବାର ଆସୋସିଏସନ୍ ଶୁକ୍ରବାର ନିଷ୍ପତ୍ତି ଅନୁସାରେ ଅକ୍ଟୋବର ୩୦ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବାର ଥିଲା। ଅକ୍ଟୋବର ୩୦ରେ ବୈଠକ ବସି, ସେଦିନ ପରବର୍ତ୍ତୀ କାର୍ଯ୍ୟଶୈଳୀ ପାଇଁ ନିଷ୍ପତ୍ତି ନେବାର ଥିଲା। ମାତ୍ର ତା’ ପୂର୍ବରୁ ବିଜେଡି ଆଇନଜୀବୀ ସାମୁଖ୍ୟ ସୋମବାର ଠାରୁ କାର୍ଯ୍ୟରେ ଯୋଗଦାନ ଦେବ ବୋଲି ଘୋଷଣା କରିଛି। ବିଜେଡି ଆଇନଜୀବୀ ସାମୁଖ୍ୟର ଅସିମ ଅମିତାଭ ଦାସ ଶନିବାର ଏହି ସୂଚନା ଦେଇଛନ୍ତି। ଏହି ଅବସରରେ ସାମୁଖ୍ୟର ଶତାଧିକ ଆଇନ୍ଜୀବୀ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଶୁକ୍ରବାର ବାର ଆସୋସିଏସନ୍ର ବୈଠକରେ ଅଗଷ୍ଟ ୨୮ରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ନିଷ୍ପତ୍ତି ହୋଇଥିଲା। ହାଇକୋର୍ଟ ବାର ଆସୋସିଏସ୍ ସାଧାରଣ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଆଇନଜୀବୀଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତ ଯେତେଦିନ ପର୍ଯ୍ୟନ୍ତ ଗିରଫ କରା ନଯିବ, ସେତେ ଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଥିଲା। ବୈଠକରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନଥିବା ନେଇ ଆଇନଜୀବୀମାନେ କ୍ଷୋଭ ପ୍ରକାଶ କରିଥିଲେ।
ପ୍ରାୟ ୨ ମାସ ଧିର ଆନ୍ଦୋଳନ ଜାରି ରହିଥିଲେ ମଧ୍ୟ ସରକାର ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି। ତେଣୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନନେଲେ ବାର ଆସୋସିଏସନ୍ ପକ୍ଷରୁ ଆଗାମୀ କାର୍ଯ୍ୟକ୍ରମ ପାଇଁ ଏଜେଣ୍ଡା ପ୍ରସ୍ତୁତ ହେବ। ଅକ୍ଟୋବର ୩୦ରେ ଆସୋସିଏସ୍ର ପରବର୍ତ୍ତୀ ବୈଠକ ହେବ ଏବଂ ୩୧ ତାରିଖରେ ରାଜ୍ୟର ମୁଖ୍ୟ ସ୍ଥାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯିବାକୁ ନିଷ୍ପତ୍ତି ହୋଇଛି ବୋଲି ସଂପାଦକ ସତ୍ୟବ୍ରତ ମହାନ୍ତି ସୂଚନା ଦେଇଥିଲେ। ବାର ଆସୋସିଏସନ୍ର ଆନ୍ଦୋଳନ ଚାଲିଥିବାରୁ ହାଇକୋର୍ଟରେ କୌଣସି ମାମଲା ଦାୟର ହୋଇପାରୁ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/ctc-1.jpg)