ଝାରସୁଗୁଡ଼ା : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି (ସିଏସି) ନେତୃତ୍ବରେ ଚାଲିଥିବା ଆନ୍ଦୋଳନ ପରିପ୍ରେକ୍ଷୀରେ ଗୁରୁବାର ଝାରସୁଗୁଡ଼ା ଠାରେ ଏକ ବୈଠକ ସ୍ଥାନୀୟ ଓକିଲ ସଂଘ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆସନ୍ତା ୭, ୮ ଓ ୯ ତାରିଖ ୩ ଦିନ ଧରି ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ଅର୍ଥନୈତିକ ଅବରୋଧ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଖଣି ଖାଦାନ ଥିବା ଏହି ୪ଟି ଜିଲ୍ଲାରେ ଏଥିପାଇଁ କୋଇଲା, ଲୁହା, ସିମେଣ୍ଟ, ବାଲି ଓ ଶିଳ୍ପଜାତ ସାମଗ୍ରୀର ପରିବହନକୁ ବନ୍ଦ କରାଯିବ। ଏହି ଅଞ୍ଚଳରେ ୩ ଦିନ ଧରି ସମସ୍ତ ମାଲଗାଡ଼ିକୁ ମଧ୍ୟ ଅବରୋଧ କରାଯିବ।
୪ ଜିଲ୍ଲାରେ ୭ରୁ ୩ ଦିନ ଅର୍ଥନୈତିକ ଅବରୋଧ
/sambad/media/post_attachments/wp-content/uploads/2019/01/ccc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)