ସେଭେନ୍‌ ହିଲ୍ସ ମୁଖ୍ୟଙ୍କୁ ସର୍ତ୍ତମୂଳକ ଜାମିନ

କଟକ : ସେଭେନ୍‌ ହିଲ୍ସ ଇଷ୍ଟେଟ ପ୍ରାଇଭେଟ ଲିମିଟେଡ୍‌ ପରିଚାଳନା ନିର୍ଦ୍ଦେଶକ ମୁଟ୍ଟା ଶଙ୍କର ଶ୍ରୀନିବାସଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ଜମାକାରୀ ଓ ଆବେଦନକାରୀଙ୍କ ମଧ୍ୟରେ ଆପୋଷରେ ବୁଝାମଣା ହୋଇଥିବା ବେଳେ ଏଥିରେ ଖିଲାପ ହେଲେ ଆବେଦନକାରୀଙ୍କ ଜାମିନ ରଦ୍ଦ ପାଇଁ ଜମାକାରୀ ପଦକ୍ଷେପ ଗ୍ରହଣ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଏଠରେ ସୂଚନା ଯୋଗ୍ୟ ଯେ ପିପିଲି ତହସିଲ ଅନ୍ତର୍ଗତ ମାଟିଆପଡା ମୌଜାରେ ଥିବା ୧ ଏକର ୯୧ ଡିସିମିଲ ଜମିକୁ ବିକିବା ପାଇଁ ଶ୍ରୀନିବାସ ଏନ୍‌.କିଶୋର ରେଡିଙ୍କୁ କ୍ଷମତାପତ୍ର ପ୍ରଦାନ କରିଥିଲେ। ଏହି ଜମିକୁ କିଣିଥିବା ଲୋକମାନଙ୍କୁ ପରବର୍ତ୍ତୀ ସମୟରେ ଜମି କିନ୍ତୁ ହସ୍ତାନ୍ତର କରାଯାଇ ନଥିଲା। ଅନ୍ୟପକ୍ଷରେ ଏହି ଜମିକୁ ପୁଣି ଥରେ ବିକ୍ରି କରାଯାଇଥିଲା ଅନ୍ୟ ଏକ ସଂସ୍ଥାକୁ। ଏ ନେଇ ଏକାଧିକ ଅଭିଯୋଗ ହେବା ପରେ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରି ଶ୍ରୀନିବାସଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର