ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ପଞ୍ଚରିଡ଼ାରେ ଘଟିଥିବା ଏକ କଙ୍ଗାରୁକୋର୍ଟ ମାମଲାରେ ଶରଣକୁଳ ଆଇଆଇସିଙ୍କ ଠାରୁ ଆରମ୍ଭ କରି ନୟାଗଡ଼ ଏସ୍ପି ନିଷ୍କ୍ରିୟତା ପ୍ରଦର୍ଶନ କରିଥିଲେ। ପୁଲିସର ଏଭଳି ମନୋଭାବ ଦେଖି କଙ୍ଗାରୁକୋର୍ଟର ଶିକାର ହୋଇଥିବା ପରିବାର ପକ୍ଷରୁ ବ୍ରଜବନ୍ଧୁ ମୁଦୁଲି(୨୪) ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଗତ ଅକ୍ଟୋଗବର ମାସ ୧୭ ତାରିଖରେ ଏଭଳି କାଣ୍ଡ କରା ଯାଇଥିଲା। ଏନେଇ ଆଜି ହାଇକୋର୍ଟ ପ୍ରଥମ ଶୁଣାଣି କରି ଏହା ମାମଲାରେ ପଦକ୍ଷେପ ଗ୍ରହଣ କରିବାକୁ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗକାରୀଙ୍କ ପକ୍ଷରୁ ଆଇନଜୀବ ବ୍ୟୋମକେଶ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ସନାତନ ମୁଦୁଲିଙ୍କ ବଡ଼ ପୁଅ ଅନିଲ କୁମାର ମୁଦୁଲି ୨୦୧୭ ମସିହାରେ ସେହିଗ୍ରାମର ରାଜଶ୍ରୀଙ୍କୁ ପ୍ରେମ ବିବାହ କରିଥିଲେ। ଏହି ବିବାହ ନେଇ କିଛି ବିବାଦ ଉପୁଜିଥିଲା। ଗ୍ରାମର ଗୋଟିଏ ପକ୍ଷ ଲୋକ ଏକାଠି ହୋଇ ଅନିଲଙ୍କ ପରିବାର ବିରୋଧରେ ରାଜଶ୍ରୀଙ୍କୁ ପ୍ରବର୍ତ୍ତାଇ ଥାନାରେ ଯୌଟତୁକ ନିର୍ଯାତନା ଭଳି କିଛି ମାମଲା କରିଥିଲେ। ଏହି ମାମଲାରେ ମୁଦୁଲି ପରିବାର ଜାମିନ୍ ପାଇଥିଲେ। କିନ୍ତୁ ଗ୍ରାମର କିଛି ଖଳପ୍ରକୃତିର ଲୋକଙ୍କ ମନ୍ଦ ଉଦ୍ଦେଶ୍ୟ ଏଥିରେ ସଫଳ ନହେବାରୁ ମୁଦୁଲି ପରିବାର ଉପରେ ସେମାନେ ଦାଉ ସାଜିଥିଲେ। ତତ୍କାଳନୀ ଗ୍ରାମ ସଭାପତି ଶତ୍ରୁଘ୍ନ ମୁଦୁଲି, ସନାତନଙ୍କ ପରିବାରକୁ ଏକ ଲକ୍ଷ ଟଙ୍କା ଜରିମାନା କରିଥିଲେ। ଗ୍ରାମର କଙ୍ଗାରୁକୋର୍ଟ ନିଷ୍ପତ୍ତି ଆଗରେ ସନାତନଙ୍କ ପରିବାର ହାର ମାନିଯାଇ ଏହି ଟଙ୍କା ଦେଇଥିଲେ।
ତେବେ ଏହାର ପରବର୍ତ୍ତୀ ସମୟରେ ଗ୍ରାମ ସଭାପତି ପରିବର୍ତ୍ତନ ହୋଇଥିଲା, ଦଣ୍ଡପାଣି ମୁଦୁଲି ନୂତନ ସଭାପତି ହେବା ପରେ ସନାତନଙ୍କ ପରିବାର ବୋହୂକୁ ନିର୍ଯାତନା ଦେଇଥିବା ଅଭିଯୋଗରେ ୧ଲକ୍ଷ ଟଙ୍କା ଜରିମାନା କମ୍ ହେଲା, ୧୦ ଲକ୍ଷ ଟଙ୍କା ଜରିମାନା କରିଥିଲେ। ଗତ ଅକ୍ଟୋିବର ମାସରେ ଏହା ଦାବି କରା ଯାଇଥିଲା। ସନାତନଙ୍କ ପରିବାର ଜରିମାନା ଦେବାକୁ ଅକ୍ଷମତା ପ୍ରକାଶ କରିବାରୁ ତାଙ୍କୁ ଆକ୍ରମଣ କରା ଯାଇଥିଲା। ଏବଂ ସନାତନଙ୍କ ବଡ଼ପୁଅ ଅନିଲଙ୍କୁ ଗାଁରୁ ତଡ଼ି ଦେଇଥିଲେ। ଗ୍ରାମକୁ ଆସିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ସେବେଠାରୁ ଅନିଲଙ୍କ କୌଣସି ଖୋଜଖବର ନଥିବା ଆଇନଜୀବୀ ଶ୍ରୀ ତ୍ରିପାଠୀ କହିଛନ୍ତି। ଏଭଳି ସ୍ଥିତିରେ ଗତ ଅକ୍ଟୋାବର ୧୭ ତାରିଖ ଦିନଦ୍ବିପ୍ରହରରେ ମୁଦୁଲି ପରିବାର ଉପରେ ଗ୍ରାମର କେତେକ ବ୍ୟକ୍ତି ଆକ୍ରମଣ କରିଥିଲେ। ଏହା ମଧ୍ୟରେ ବାରମ୍ବାର ମଧ୍ୟ ଆକ୍ରମଣ କରାଯାଇଥିବା ଅଭିଯୋଗ ଆସିଛି।
ଗ୍ରାମବାସୀଙ୍କ ଏଭଳି ଆକ୍ରେଶର ଶିକାର ହୋଇ ଅନିଲଙ୍କ ସାନଭାଇ ତଥା ସନାତନଙ୍କ ସାନ ପୁଅ ବ୍ରଜବନ୍ଧୁ ମୁଦୁଲି ଶରଣକୁଳ ପୁଲିସର ଦ୍ବାରସ୍ଥ ଅକ୍ଟୋରବର ୧୭ ତାରିଖରେ ହୋଇଥିଲା। ଆକ୍ରମଣ ଘଟଣାର ସିସିଟିଭି ଫୁଟେଜ୍ ଥିଲେ ମଧ୍ୟ ଆଇଆଇସି ବିମଳଚନ୍ଦ୍ର ମଲ୍ଲିକ ମାମଲା ରୁଜୁ କରିନଥିଲେ। ଶରଣକୁଳ ପୁଲିସର ଏଭଳି ନିଷ୍କ୍ରିୟତା ନେଇ ଗତ ୨ ତାରିଖରେ ବ୍ରଜବନ୍ଧୁ , ଏସ୍ପି ପ୍ରତ୍ୟୁଷ ଦିୱାକରଙ୍କୁ ନିଜର ଅଭିଯୋଗ ଜଣାଇଥିଲେ। ତେବେ ଏହି ଘଟଣାରେ ଏସ୍ପି ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ। ବାଧ୍ୟ ହୋଇ ଶେଷରେ ପୀଡ଼ିତ ପରିବାର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେକ ନୟାଗଡ଼ ଜିଲ୍ଲାରେ ଅନେକ ସମ୍ବେଦନଶୀଳ ମାମଲାରେ ପୁଲିସ ନିଷ୍କ୍ରିୟତା ପ୍ରକାଶ କରୁଥିବା ଦେଖାଯାଇଛି। ଯାହାକୁ ନେଇ କେବେ କୋର୍ଟ ତ ପୁଣି କେବେ୍ ମାନାବାଧିକାର କମିସନ୍ ଏସ୍ପିଙ୍କୁ ନୋଟିସ୍ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/Orissa-High-Court-2.jpg)