ସରିଲା ପ୍ରଥମ ପର୍ଯ୍ୟାୟ ସମବାୟ ନିର୍ବାଚନ

ଭୁବନେଶ୍ବର : ରବିବାର ଦିନ ରାଜ୍ୟର ୭୩୧ଟି ସମବାୟ ସମିତିରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ମୋଟ୍ ୩୨୫୨ଟି ସମିତିରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ୨୫୨୧ଟିରେ ସଦସ୍ୟ ଓ ସଦସ୍ୟାମାନେ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହେବା ପରେ ବାକି ୭୩୧ଟି ସମିତି ପାଇଁ ଆଜି ନିର୍ବାଚନ ହୋଇଥିଲା। ୨୪୪ଟି ସମ୍ବେଦନଶୀଳ ବୁଥ୍‌ ଥିବାରୁ ଏଠାରେ କାଳେ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିବ ତା’ର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନଗୁଡ଼ିକ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ଫଳରେ ଆଜି ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି। ଏହାପରେ ଭୋଟ୍ ଗଣତି କରି ଫଳାଫଳ ଘୋଷଣା ହୋଇଛି। ଆସନ୍ତା ୨୬ତାରିଖରେ ବାକି ସମବାୟ ସମିତି ପାଇଁ ମତଦାନ ହେବ।

ସୂଚନାଯୋଗ୍ୟ ଯେ ମୋଟ୍‌ ୭୦୭୬ ପ୍ରାଥମିକ ସମବାୟ ସମିତି ପାଇଁ ନିର୍ବାଚନ ହେଉଛି। ଏଥିରୁ ୧୫ଜଣ ନିର୍ଦେଶକ ନିର୍ବାଚିତ ହୋଇ ୧୩୨ଟି ସେଣ୍ଟ୍ରାଲ ସମବାୟ ସମିତିକୁ ଯିବେ। ସେଥିରୁ ୧୫ଜଣ ନିର୍ଦେଶକ ଆପେକ୍ସ ବଡିକୁ ଯାଇ ୨୧ ଜଣ ନିର୍ଦେଶକ ନିର୍ବାଚିତ କରିବେ। ପ୍ରାଥମିକ ସମବାୟ ସମିତି ନିର୍ବାଚନର ତିନି ମାସ ପରେ ସେଣ୍ଟ୍ରାଲ ସମବାୟ ସମିତି ନିର୍ବାଚନ ଓ ତାହାର ତିନି ମାସ ପରେ ଆପେକ୍ସ ବଡି ନିର୍ବାଚନ ହେବ।

ସମ୍ବନ୍ଧିତ ଖବର