ନୀଳଗିରି: ୩ଟି ଭାଲୁ କବଳରୁ ଜୀବନ ବଞ୍ଚାଇ ମୁକୁଳି ଆସିଲେ ଜଣେ ବ୍ୟକ୍ତି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ। ସୂଚନା ଅନୁସାରେ, ଆଜି ଭୋର୍ ପ୍ରାୟ ୫ଟା ବେଳେ ନୀଳଗିରି ବ୍ଲକ୍ ଜାମୁଡ଼ିହା ପଞ୍ଚାୟତ କେଶୁରା ଗ୍ରାମର ଗଣିଆ ଦଳେଇଙ୍କ ପୁଅ ଭାସ୍କର ଦଳେଇ ଓରଫ୍ ନିନି (୫୫) ଶୌଚ ହେବା ପାଇଁ ଘର ନିକଟ ପୋଖରୀକୁ ଯାଇଥିଲେ। ଏହି ସମୟରେ ୩ଟି ଭାଲୁ ଅତର୍କିତ ଭାବେ ତାଙ୍କୁ ଆକ୍ରମଣ କରିଥିଲେ। ନିନି ଏକୁଟିଆ ଅଧଘଣ୍ଟା ଧରି ଭାଲୁମାନଙ୍କ ସହ ଲଢ଼ିଥିଲେ। ଶେଷରେ ଭାଲୁଙ୍କୁ ଚକ୍ମା ଦେଇ ସେ ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ। ନିନି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘରେ ପହଞ୍ଚିଥିଲେ। ତାଙ୍କର ମୁଣ୍ଡ ଓ ଦୁଇ ହାତରେ ଗଭୀର କ୍ଷତ ହୋଇଥିଲା। ପରିବାରଲୋକ ତାଙ୍କୁ ସଂଗେସଂଗେ ନୀଳଗିରି ଡାକ୍ତରଖାନା ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ନିନିଙ୍କ ଚିକିତ୍ସା ଚାଲିଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp