‘ହେ ଜଗନ୍ନାଥ ସାଗର’: ଭିଡିଓ ଆଲବମ୍ ଲୋକାର୍ପିତ

ଜୟପୁର: ମୋ ଜଗନ୍ନାଥ ସାଗର ଟ୍ରଷ୍ଟ ପକ୍ଷରୁ ଏକ ସଚେତନତାମୂଳକ ଭିଡିଓ ଆଲବମ୍  ‘ହେ ଜଗନ୍ନାଥ ସାଗର ’  ସ୍ଥାନୀୟ ଜୟନଗର ଜଗନ୍ନାଥ ସାଗର ପ‌ାର୍ଶ୍ବ ପାର୍କରେ ଲୋକାର୍ପିତ କରାଯାଇଛି। ଏଥିରେ ଅତିଥି ଭାବେ  ୧ନଂ ୱାର୍ଡର କାଉନସିଲର ଗୋପୀନାଥ ମହାନ୍ତିଓ ୨୨ନଂ ୱାର୍ଡର କାଉନସିଲର , କେଏଫଡିସିର ସଂପାଦକ ଅମର ମିଶ୍ର ଭାଗ ନେଇ ଲୋକାର୍ପଣ କରିଥିଲେ। ଜଗନ୍ନାଥସାଗରକୁ ନେଇ କରାଯାଇଥିବା ଫଟୋ ଚିତ୍ର ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା।  ନିରାଡମ୍ବର ଉତ୍ସବରେ ଟ୍ରଷ୍ଟର ସଭ୍ୟ ମାନେ ଭାଗ ନେଇ ଏହାକୁ ଲୋକାର୍ପିତ କରିଛନ୍ତି।

ଏହି ଭିଡିଓ ଅଲବମକୁ ପ୍ରସ୍ତୁତ କରିଛନ୍ତି ସତୀଶ କୁମାର ନନ୍ଦ। ଅଭିନୟ କରିଛନ୍ତି ବି. ଚନ୍ଦ୍ରଶେଖର ରାଓ ଓ ରଘୁଦାସ ତ୍ରିପାଠୀ, ଗୀତ ଗୁଡିକୁ ରଚନା କରିଛନ୍ତି ରଘୁଦାସ ତ୍ରିପାଠୀ, ସତୀଶ ନନ୍ଦ, ସଂଗୀତ ଓ କଣ୍ଠ ଦେଇଛନ୍ତି ଏଚ୍ .ବଚନ।  ଏଚ୍ ବଚନ ଷ୍ଟୁଡିଓରେ ଗୀତ ଗୁଡିକ ରେକର୍ଡିଂ କରିଥିଲେ ଅନିଲ ଛିଂଚାନୀ। ସେଭଳି କ୍ୟାମେରା , ଭିଡିଓ ଚିତ୍ର ଉତ୍ତୋଳନ ଓ ଭିଡିଓ ଏଡିଟିଂ ପ୍ରିୟା ଷ୍ଟୁଡିଓ କରିଥିଲେ। ଲୋକାର୍ପଣ ଉତ୍ସବରେ ମୋ ଜଗନ୍ନାଥ ସାଗରର କର୍ମକର୍ତ୍ତା ଓ ସଭ୍ୟ ମାନେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର