ତାଳଚେର ଥର୍ମାଲ୍‌ ‌ଷ୍ଟେଜ୍-ଥ୍ରି ନୂତନ ପ୍ଲାଣ୍ଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ତାଳଚେର: ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ଷ୍ଟେଜ୍‌-ଥ୍ରି ନୂତନ ପ୍ଲାଣ୍ଟର ଶିଳାନ୍ୟାସ ଶନିବାର ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଳଚେର ଥର୍ମାଲ୍‌ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡ଼ୁ, ଅଶ୍ୱିନୀ ବୈଷ୍ଣବ, ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ଓ ସମ୍ବଲପୁର ବିଧାୟକ ନାଉରି ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ଓଡ଼ିଶାରେ ୬୮ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ୧୮ଟି ପ୍ରକଳ୍ପର ଆଜି ଶିଳାନ୍ୟାସ ଏବଂ ଶୁଭ ଉଦ୍‌ଘାଟନ ଓ ଲୋକାର୍ପଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଶକ୍ତି କ୍ଷେତ୍ରରେ, ସୁନ୍ଦରଗଡ଼ ଓ ତାଳଚେରରେ ଯଥାକ୍ରମେ ୮୦୦ ଲେଖାଏଁ ସମୁଦାୟ ୧୬୦୦ ମେଗାୱାଟ୍‌ ଓ ତାଳଚେରରେ ୬୨୦ ଲେଖାଏଁ ଦୁଇଟି ୟୁନିଟ୍‌ରୁ ସମୁଦାୟ ୧୩୨୦ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ହେବ। ଏଥିପାଇଁ ୧୨୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହି ବିଦ୍ୟୁତ୍‌ ଶକ୍ତି ଉତ୍ପାଦନର ଅଧା ଓଡ଼ିଶା ପାଇବ। ଅର୍ଥାତ ପ୍ରାୟ ୧୫୦୦ ମେଗାୱାଟ୍‌ ବିଦ୍ୟୁତ୍‌ ଶକ୍ତି ରାଜ୍ୟ ପାଇବ ବୋଲି ମୋଦି ସୂଚନା ଦେଇଥିଲେ।

ଥର୍ମାଲ ଅତିଥି ଭବନ ହଲ୍‌ଠାରେ ଆୟୋଜିତ ଉତ୍ସବରେ ଏନ୍‌ଟିପିସି-ଟିଟିପିଏସ୍‌ର ଇଡି ଗୌତମ ଦେବ, ଜିଏମ୍‌ ଆଣ୍ଡ ଏମ୍‌ କୌଶିକ ମଣ୍ଡଳ, ଜିଏମ୍‌ (ସିଭିଲ) ଚନ୍ଦ୍ରଶେଖର, ଜିଏମ୍‌ ଜେ.ପି ରାୟ, ସାଗରିକା ଲେଡିଜ୍‌ କ୍ଲବ୍‌ର ସଭାପତି ବିପାଶା ଦେବ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପଲ୍ଲବୀ ଦେଙ୍କ ସମେତ ପ୍ଲାଣ୍ଟ ଅନ୍ୟ ସମସ୍ତ ପଦାଧିକାରୀ ଉପସ୍ଥିତ ରହି ଆଭାସୀ ଜରିଆରେ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର