ଯୁବତୀଙ୍କୁ ଠକି ବାରମ୍ବାର ରଖିଲେ ଶାରୀରିକ ସମ୍ପର୍କ

ପୂର୍ବରୁ ବିବାହିତ ଜାଣିବା ପରେ ଯୁବତୀ କଲେ ଥାନାରେ ଅଭିଯୋଗ

ସମ୍ବଲପୁର: ଅଇଁଠାପାଲି ଥାନା ଅଧୀନ ଅଞ୍ଚଳର ଜଣେ ଯୁବତୀଙ୍କୁ ଜଣେ ଯୁବକ ଠକିବା ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ବିବାହିତ ହୋଇଥିବା ସତ୍ତ୍ବେ ନିଜକୁ ଅବିବାହିତ ବୋଲି କହି, ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଯୁବକ ଜଣକ ଏଭଳି କାରନାମା କରିଥିବା ଯୁବତୀ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୨ ବର୍ଷ ତଳେ ଉଭୟଙ୍କର ଅଇଁଠାପାଲି ଠାରେ ଦେଖା ହୋଇଥିଲା। ତାପରେ ନମ୍ବର ଦିଆ ନିଆ, ପରେ ପ୍ରେମ। ଯୁବକ ଜଣକ ବିବାହିତ, ତାଙ୍କର ପିଲାଛୁଆ ମଧ୍ୟ ଅଛନ୍ତି।

କିନ୍ତୁ ସେ ଯୁବତୀଙ୍କୁ ଅବିବାହିତ ବୋଲି କହି ପ୍ରେମ ଜାଲରେ ଫସାଇଥିଲେ। ତାପରେ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କୁ ୨ ବର୍ଷ ହେବ ବାରମ୍ବାର ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ତେବେ କିଛି ଦିନ ତଳେ ଯୁବକଙ୍କ ସବୁ ଗୁମର ଫିଟି ଯାଇଥିଲା। ଯୁବକ ଜଣକ ବିବାହିତ ଜାଣିବା ପରେ ଯୁବତୀ ଅଇଁଠାପାଲି ଥାନାରେ ତାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର