ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ସିଦ୍ଧେଶ୍ବର ପଞ୍ଚାୟତ ଗଣିଆନାଳ ଗ୍ରାମରେ ଆଜି ସକାଳେ ଏକ ଦୁଃଖଦ ଘଟଣା ଘଟିଛି। କୂଅ ଉଝାଳିବାକୁ ଯାଇ ଅଣନିଃଶ୍ବାସୀ ହୋଇ ଫସିଯାଇଥିବା ୨ଜଣ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ଉଦ୍ଧାରକାରୀ ପ୍ରାଣ ହରାଇଛନ୍ତି। ମୃତକ ଜଣକ ହେଲେ, କୁକୁଡ଼ାଖଣ୍ଡି ବ୍ଲକ୍ ନାରାୟଣପୁର ଗ୍ରାମର ଦିବାକର ସାହୁ (୪୫)। ଅନ୍ୟ ପକ୍ଷରେ କୂଅରୁ ଜୀବିତ ଉଦ୍ଧାର ଗଣିଆନାଳ ଗ୍ରାମର ସୁରେନ୍ଦ୍ର ସ୍ବାଇଁ ଓ ଦୁର୍ଗା ରାଉତଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଛାଡ଼ିଦିଆଯାଇଛି।
ଆଜି ସକାଳେ ଗଣିଆନାଳ ଛକରେ ରହୁଥିବା ନାରାୟଣ ସାହୁଙ୍କ କୂଅ ଉଝାଳିବାକୁ ସୁରେନ୍ଦ୍ର ଓ ଦୁର୍ଗା ଭିତରେ ପଶିଥିଲେ। କିଛି ସମୟ ପରେ ଉଭୟ କୂଅ ଭିତରେ ଶ୍ବାସରୁଦ୍ଧ ହୋଇ ‘ବଞ୍ଚାଅ, ବଞ୍ଚାଅ’ ବୋଲି ଚିତ୍କାର କରିଥିଲେ। ଏହାପରେ ଦିବାକର ଉଭୟଙ୍କ ଜୀବନ ବଞ୍ଚାଇବାକୁ କୂଅ ଭିତରେ ପଶିଥିଲେ। ସେମାନଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ହେଁ ନିଜେ ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ। ଦିଗପହଣ୍ଡି ଅଗ୍ନିଶମ ବିଭାଗର ମୁଖ୍ୟ ଆଗ୍ନିକ କୃଷ୍ଣଚନ୍ଦ୍ର ଗୌଡ଼ଙ୍କ ନେତୃତ୍ୱରେ କର୍ମଚାରୀମାନେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ଦିବାକରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଦିଗପହଣ୍ଡି ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/shsfhfhfhfh.jpg)