ଭୁବନେଶ୍ୱର: ୨୦୨୨-୨୩ ମସିହା ବଜେଟ୍‌ ପରି ୨୦୨୩-୨୪ ବଜେଟ୍‌ରେ କୌଣସି ବର୍ଗକୁ ସନ୍ତୁଷ୍ଟ କଲା ଭଳି କୌଣସି ପଦକ୍ଷେପ ନିଆଯାଇନାହିଁ। ମଧ୍ୟବିତ୍ତ ବର୍ଗଙ୍କ ପାଇଁ ରିହାତି ଘୋଷଣା ହୋଇଛି, ହେଲେ ସେହି ମଧ୍ୟବିତ୍ତ ବର୍ଗଙ୍କୁ ଦରଦାମ ବୃଦ୍ଧି ଜନିତ ଶୋଷଣ ଭିତରକୁ ଠେଲି ହୋଇଯିବେ। ତେଣୁ ରିହାତିରେ ଯାହା ପାଇଥିଲେ ତାହାକୁ ହରାଇବେ। ୨୦୨୩-୨୪ରେ କୌଣସି ଭାବେ ମୁଦ୍ରାସ୍ଫିତି ବା ଦରଦାମ ବୃଦ୍ଧି କମିବା ସମ୍ଭାବନା କମ୍। ଚଳିତ ବଜେଟ୍‌ରେ ନିଯୁକ୍ତି ସୃଷ୍ଟି କଲାଭଳି କୌଣସି ଠୋସ୍ ପଦକ୍ଷେପ ନିଆଯାଇନାହିଁ। ଏହାସହ ବିକାଶ କ୍ଷେତ୍ରରେ ପୂର୍ବପରି ୬% ରୁ ଅଧିକ ସାମଗ୍ରୀ ସମୃଦ୍ଧିର କୌଣସି ସୂଚନା ନାହିଁ।

Advertisment

ଚଳିତ ବଜେଟ୍‌ଟି ଅତ୍ୟଧିକ ବାହ୍ୟ ଋଣ ଉପରେ ନିର୍ଭର କରିବ। ବିଦେଶରୁ ଆସିବାକୁ ଥିବା ନିବେଶ ଦୁର୍ବଳ ହେବ। ପୁଞ୍ଜି ପ୍ରତ୍ୟାହାରରେ ବିଶେଷ ସଫଳତା ଆଦୌ ମିଳିବ ନାହିଁ। ଏସବୁକୁ ମୋଟମୋଟି ଭାବେ ଦେଖିଲେ, ଲୋକମାନଙ୍କୁ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଯେଉଁ କଥା କୁହାଯାଇଥିଲା ତାହା ପୂରଣ ହେବା ପାଇଁ ୨୦୪୭ମସିହା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।