ବଡ଼ଚଣା: ଦୁଇ ବାଇକ୍ ମଧ୍ୟରେ ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର କଡେଇ ଛକ ନିକଟରେ ଗତ କାଲି ବିଳମ୍ବିତ ରାତିରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ବାଇକ୍ ଚାଳକଙ୍କର ଶୋଚନୀୟ ମୃତ୍ୟୁ ଘଟିଛି ।
ମୃତ୍ୟୁ ବରଣ କରିଥିବା ଏହି ବାଇକ୍ ଚାଳକ ହେଉଛନ୍ତି ବଡ଼ଚଣା ଥାନା ଅନ୍ତର୍ଗତ ଧାନମଣ୍ଡଳ ଗ୍ରାମର ଅନିଲ ସାହୁ (୨୩) । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ବଡ଼ଚଣା ମେଡ଼ିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ କେସ୍ ନମ୍ବର ୨୨୮/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
Jajpur | Accident
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/07/14/head-on-collision-between-two-bikes-youth-dies-2025-07-14-19-52-34.jpg)