ଆଲୋଚନା ବିଫଳ : ଆନ୍ଦୋଳନ ଜାରି ରଖିବେ ବିଭାଗୀୟ ମୁଖ୍ୟ ଦପ୍ତର ସେକ୍ସନ୍‌ ଓ ଅମଲା

ଭୁବନେଶ୍ୱର : ବିଭାଗୀୟ ମୁଖ୍ୟ ଦପ୍ତର ସେକ୍ସନ୍‌ ଓ ଅମଲା ସଂଘ ପକ୍ଷରୁ ଆଜି ରାଜ୍ୟ ସରକାରଙ୍କ ସହିତ ହୋଇଥିବା ଆଲୋଚନା ବିଫଳ ହୋଇଛି। ଆଲୋଚନାରେ ମୁଖ୍ୟ ଶାସନ ସଚିବଙ୍କୁ ବାଦ୍‌ ଦେଲେ ଅର୍ଥ ଓ ଗୃହ ସଚିବ ଅନୁପସ୍ଥିତ ଥିବାରୁ ଆଲୋଚନା ହୋଇପାରି ନ ଥିଲା। ତେଣୁ ବିଭାଗୀୟ ମୁଖ୍ୟ ଦପ୍ତର ସେକ୍ସନ୍‌ ଓ ଅମଲା ସଂଘ ପୂର୍ବଭଳି ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି।

ଆନ୍ଦୋଳନକାରୀଙ୍କ କହିବାନୁଯାୟୀ, ଆଜି ରାଜ୍ୟ ସରକାରଙ୍କ ସହିତ ଦୁଇ ବିଭାଗର କର୍ମକର୍ତାଙ୍କ ଆଲୋଚନା ସ୍ଥିର ହୋଇଥିଲା। ମାତ୍ର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ବ୍ୟତିତ ଅନ୍ୟ ଦୁଇ ବିଭାଗର ସଚିବ ଆଲୋଚନାରେ ନ ଥିଲେ। ତେଣୁ ଏ ସଂକ୍ରାନ୍ତରେ ବିସ୍ତତଭାବେ ଆଲୋଚନା ହୋଇପାରି ନ ଥିଲା। ଏ ସଂକ୍ରାନ୍ତରେ ଏକ କମିଟି ଗଠନ କରାଯାଇ ଏହାର ତର୍ଜମା କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିବା ଆନ୍ଦୋଳନକାରୀ କହିଛନ୍ତି। ତେଣୁ ଏହାର ପ୍ରତିବାଦରେ ପୂର୍ବଭଳି ଆନ୍ଦୋଳନ ଜାରି ରହିବ ବୋଲି ଦୁଇ ସଂଘ କହିଛନ୍ତି।

ଉଲ୍ଲେଖ ଯେ, ଗତମାସ ୧ତାରିଖରୁ ବିଭାଗୀୟ ମୁଖ୍ୟ ଦପ୍ତର ସେକ୍ସନ୍‌ ଓ ଅମଲା ସଂଘ ରାଜ୍ୟ ସରକାରଙ୍କ ଅବହେଳା ପ୍ରତିବାଦରେ ଆନ୍ଦୋଳନ ଜାରି ରଖିଛି।

ସମ୍ବନ୍ଧିତ ଖବର