କିଶୋରନଗର: ବିଦ୍ୟାଳୟରେ ଜଣେ ପ୍ରଧାନ ଶିକ୍ଷକଙ୍କ ମୃତଦେହ ମିଳିବା ଘଟଣା କିଶୋରନଗର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ସୂଚନା ଅନୁଯାୟୀ, ଅଙ୍ଗପଡା ପଞ୍ଚାୟତର ତୁରୁଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷୀକେଶ ସାହୁ ଆତ୍ମହତ୍ୟା କରିଛନ୍ତି। ପାରିବାରିକ କଳହରୁ ସେ ଜୀବନ ହାରିଥିବା କୁହାଯାଉଛି।

Advertisment

ଆଜି ସକାଳ ସାଢ଼େ ଆଠଟା ବେଳକୁ ବିଦ୍ୟାଳୟରେ ଅଙ୍ଗନବାଡି କର୍ମୀ ପ୍ରଧାନ ଶିକ୍ଷକଙ୍କ ମୃତଦେହ ଦେଖି ପୁଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।