ସରପଞ୍ଚ ପ୍ରାର୍ଥିନୀଙ୍କ ପୋଷ୍ଟରରେ ନିଜ ଫଟୋ ରଖି ନିଲମ୍ବିିତ ହେଲେ ପ୍ରଧାନଶିକ୍ଷକ 

ଜୁନାଗଡ଼: ଚଳିତ ପଞ୍ଚାୟତ ନିର୍ବାଚନରେ ନୂଆ ନୂଆ ଘଟଣା ଦେଖିବାକୁ ମିଳୁଛି। କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକର ବୁଢିଦର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥନୀଙ୍କ ପୋଷ୍ଟରରେ ଶିକ୍ଷକ ସ୍ବାମୀଙ୍କ ଫଟୋ ଥିିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ଵୁଢିଦର ପଞ୍ଚାୟତର ସରପଞ୍ଚ ଭାବରେ ଯାଞ୍ଜସେନି ପଣ୍ଡା ନିଶୁଣି ଚିହ୍ନରେ ପ୍ରାର୍ଥୀ ହୋଇଛନ୍ତି । ହେଲେ ସେ ଲଗେଇ ଥିବା ପୋଷ୍ଟରରେ ଶଙ୍କରପଲା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ସରପଞ୍ଚ ପ୍ରାର୍ଥନୀଙ୍କ ସ୍ଵାମୀ ସଞ୍ଜୟ କୁମାର ପଣ୍ଡାଙ୍କ ଫଟୋ ରହିଛି । ଏହା ଭାଇରାଲ ହେବାରେ ଲାଗିଛି । ତେବେ ଏ ନେଇ ଆଜି ଜୁନାଗଡ ବ୍ଲକ ଶିକ୍ଷା ଅଧିକାରୀ ଅରିଫା ସୁଲତାନା ଶଙ୍କରପଲା ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକଙ୍କୁ କାର୍ଯ୍ୟରୁ ନିଳମ୍ବନ କରିଛନ୍ତି ।

ସମ୍ବନ୍ଧିତ ଖବର