ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅଞ୍ଚଳରେ ଥିବା ଏକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ପ୍ରଧାନ ଶିକ୍ଷକଙ୍କ ନାଆଁରେ ଛାତ୍ରୀମାନଙ୍କୁ ଅଶ୍ଳୀଳ ଆଚରଣ କରିବାର ଅଭିଯୋଗ ଆସିଛି। ଏହି ଅଭିଯୋଗ ସତ ବୋଲି ପ୍ରମାଣିତ ହେବାପରେ ଉକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯିବା ସହ ଥାନାରେ ଅଟକ ରଖାଯାଇଥିବାର ସୂଚନା ମିଳିଛି।

Advertisment

ପ୍ରାପ୍ତ ସୂଚନା ଅନୁଯାୟୀ, ଯୋଡ଼ା ବ୍ଲକରେ ଥିବା ବେଲଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ନିବାସରେ ପ୍ରଧାନ ଶିକ୍ଷକ ବାଣେଶ୍ବର ପାତ୍ର ନିୟମିତଭାବେ ଛାତ୍ରୀମାନଙ୍କୁ ଅଶ୍ଳୀଳ ଆଚରଣ କରିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ।ଦୁଇ ଦିନତଳେ ସେ ସେଠାରେ କାମ କରୁଥିବା ରେଷେୟା ମଦ୍ୟପାନ କରି ଛାତ୍ରୀମାନଙ୍କୁ ଖରାପ ଆଚରଣ କରିଥିଲେ। ଏଥିରେ ଅତିଷ୍ଠ ହୋଇ ଛାତ୍ରୀମାନେ ହଷ୍ଟେଲ ଛାଡିଥିବାର ଖବର ମିଳିଛି।

publive-image image source-daily hunt

ତେଣେ ପ୍ରଧାନ ଶିକ୍ଷକ ବାଣେଶ୍ବର ପାତ୍ରଙ୍କ ସଂପର୍କରେ ଅଭିଯୋଗ ପାଇବା ପରେ ବ୍ଲକ ଶିକ୍ଷା ଅଧିକାରୀ ତାଙ୍କୁ ନିଲମ୍ବନ କରିଛନ୍ତି। ଖାଲି ସେତିକି ନୁହେଁ ଗତକାଲିଠାରୁ ବାଣେଶ୍ବର ପାତ୍ରଙ୍କୁ ପୁଲିସ ବାମେବାରି ଥାନାରେ ଅଟକ ରଖିଥିବା ଜଣାଯାଇଛି।