ସ୍କୁଲରେ ରନ୍ଧା ଖର୍ଚ୍ଚ ପ୍ରଦାନରେ ଅନିୟମିତତା! ଗ୍ରାମବାସୀଙ୍କ ଆଗରେ ମୁଣ୍ଡ ନୁଆଇଁଲା ଶିକ୍ଷା ବିଭାଗ, ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ସାନଭରଣ୍ଡି ଗ୍ରାମ ଠାରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗୀତା ଦାସଙ୍କୁ ବ୍ଳକ ଶିକ୍ଷା ଅଧିକାରୀ ବଦଳି କରିଛନ୍ତି। ବ୍ଳକ ଶିକ୍ଷା ଅଧିକାରୀଙ୍କ ପତ୍ର ସଂଖ୍ୟା ୨୮୩୪/୨୪/୦୮/୨୨ ଅନୁଯାୟୀ ଶ୍ରୀମତୀ ଦାସଙ୍କୁ ବଡ଼କୁମାରୀସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇଛି। ସାନଭରଣ୍ଡି ସ୍କୁଲରେ ବର୍ତ୍ତମାନ କୌଣସି ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ସେଠାରେ ବରିଷ୍ଠ ଶିକ୍ଷକଙ୍କୁ ପ୍ରଧାନ ଶିକ୍ଷକ ଦାୟିତ୍ଵରେ ରହିବା ପାଇଁ ଚିଠିରେ ଉଲ୍ଲେଖ ରହିଛି। ଫଳରେ ବରିଷ୍ଠ ଶିକ୍ଷକ ଶିବ ଶୁବେଦ।ର ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ଵ ନେଇଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ କୋଭିଡ ସମୟରେ ସ୍କୁଲ ବନ୍ଦ ଥିବାରୁ ପିଲାମାନଙ୍କୁ କେବଳ ଚାଉଳ ମିଳିଥିଲା। କିନ୍ତୁ ରନ୍ଧା ଖର୍ଚ୍ଚ ପାଇଁ ସ୍କୁଲରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନରେ ଡାଲି, ପରିବା, ତେଲ, ଜାଳେଣି, ଅଣ୍ଡା, ଲୁଣରେ ହେଉଥିବା ଟଙ୍କାକୁ ପିଲାମାନଙ୍କ ପାଇଁ ସରକାର ଟଙ୍କା ଦେଇଥିଲେ। ଏହି ଟଙ୍କା ପିଲାମାନଙ୍କୁ କମ ଆକାରରେ ଦେଇ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦାସ ଅନିୟମିତତା କରିଥିବା ଅଭିଯୋଗ ଆସିଥିଲା।  

ଉଲ୍ଲେଖଯୋଗ୍ୟ ଏହି କି ଯେ ସାନଭରଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ରନ୍ଧା ଖର୍ଚ୍ଚ ପ୍ରଦାନରେ ପ୍ରଧାନ ଶିକ୍ଷୟତ୍ରୀ ଗୀତ। ଦାସ ଚଞ୍ଚକତ। କରିଥିବା ନେଇ ଗ୍ରାମବାସୀ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ଉପରେ ତଦନ୍ତ ମଧ୍ୟ ହେଇଥିଲା । କିନ୍ତୁ ଗ୍ରାମରେ ଗତକାଲି ଗ୍ରାମରେ ଡେଙ୍ଗୁରା ବଜାଇ ଅଭିଭାବକମାନେ ତାଙ୍କ ପିଲାଙ୍କୁ ସ୍କୁଲ୍‌କୁ ନ ପଠାଇବା ପାଇଁ ଘୋଷଣା କରିଥିଲେ। ଫଳରେ ବିଦ୍ୟାଳୟରେ ଅଧ୍ୟୟନରତ ପ୍ରଥମରୁ ଅଷ୍ଟମ ଶ୍ରେଣୀର ୩୬୩ ଜଣ ଛାତ୍ରଛାତ୍ରୀ ବୁଧବାର ଦିନ ସ୍କୁଲ୍ ବର୍ଜନ କରିଥିଲେ। ଗ୍ରାମବାସୀ ଜିଦ ଧରିଥିଲେ ଯେ, ପ୍ରଧାନ ଶିକ୍ଷୟତ୍ରୀଙ୍କ ବଦଳି ନ ହେବା ଯାଇଁ ପିଲାଙ୍କୁ ସ୍କୁଲକୁ ପଠାଇବୁ ନାହିଁ। ଶେଷରେ ଶିକ୍ଷା ବିଭାଗ ଗ୍ରାମବାସୀଙ୍କ ଜିଦ ସମ୍ମୁଖରେ ମୁଣ୍ଡ ନୁଆଇଲା ଓ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବଦଳି କରିବା ପାଇଁ ବାଧ୍ୟ ହେଲା।

 

 

ସମ୍ବନ୍ଧିତ ଖବର