ଶେରଗଡ଼ : ଗତ ୨ ତାରିଖରେ ଭାଇରଲ ହେଇଥିଲା ଏକ ଭିଡିଓ, ଯେଉଁଥିରେ ପୁଷ୍ପା ଫିଲ୍ମର ଲୋକପ୍ରିୟ ଗୀତ 'ତେରି ଝଲକ ସରଫି’ ଓ ଓଡ଼ିଆ ଆଲବମ୍ 'ଗୁଆ ଘିଅ' ଗୀତର ତାଳେ ତାଳେ ଶେରଗଡ଼ ବରମୁଣ୍ଡୁଳି ଅପ୍ ଗ୍ରେଡ୍ ଉଚ୍ଚ ବିଦ୍ୟାଳୟ ସ୍ମାର୍ଟକ୍ଲାସରେ ପିଲାମାନେ ନାଚ କରୁଥିବା ଦେଖିବାକୁ ମିଳିଥିଲା।
ଏହା ବେଶ୍ ଚର୍ଚ୍ଚାର ବିଷୟ ପାଲଟି ଥିଲା। ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ସରକାର ରାଜ୍ୟରେ ପ୍ରଥମେ ଶେରଗଡ଼ ଏବଂ ହିଞ୍ଜିଳି ବ୍ଲକର ସମସ୍ତ ହାଇସ୍କୁଲକୁ ସ୍ମାର୍ଟ କରିବା ସହ ରାଜ୍ୟର ସମସ୍ତ ସାଂସଦ ଏବଂ ବିଧାୟକମାନେ ବୁଲି ଦେଖି ଏହାକୁ ପ୍ରଶଂସା କରିଥିଲେ। ତେବେ ବିଦ୍ୟାଳୟରେ ଶିକ୍ଷାଦାନ ପରିବର୍ତ୍ତେ ଆଲବମ ଏବଂ ଚଳଚିତ୍ର ଗୀତ ବାଜିବା ସହ ପିଲାମାନେ ନାଚିବା ଫଳରେ ଶିକ୍ଷାବ୍ୟବସ୍ଥାର ସଂସ୍କାରକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ସବୁଠୁ ବଡ଼ କଥା ମହଙ୍ଗା ଏଲଇଡି ଚଳାଇବା ସୁଯୋଗ ପିଲାମାନେ ପାଇଲେ କିପରି? ପିଲାମାନେ ନାଚୁଥିବା ବେଳେ ଶିକ୍ଷକମାନେ କରୁଥିଲେ କଣ? ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଥିଲା।
ଅଭିଯୋଗ ପରେ ବ୍ଲକ୍ ଓ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଘଟଣାକୁ ଗୁରୁତର ସହ ନେଇଥିଲେ। ତଦନ୍ତ ପରେ ଆଜି ଜିଲ୍ଲା ଶିକ୍ଷାଧିକାରୀ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ପାଢୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/74d2e33a-375b-482b-853f-0d70582b13ca.jpg)
