ଚନ୍ଦ୍ରବାହାଳରେ ଉଦଘାଟିତ ହେଲା ସଦର ଥାନା, ଉପକୃତ ହେବେ ୧୮ ପଞ୍ଚାୟତର ୮୩ ଗ୍ରାମବାସୀ

ବନ୍ତଳା : ଅନୁଗୁଳ ବ୍ଲକ ଚନ୍ଦ୍ରବାହାଳ ଗ୍ରାମ ବିଦ୍ୟାଳୟ ପରିସରରେ ଆଜି ଅନୁଗୁଳ ସଦର ଥାନା ଉଦଘାଟିତ ହୋଇଯାଇଛି। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଏହାକୁ ଉଦଘାଟନ କରିଥିଲେ। ଅନୁଗୁଳ ସଦର ମହକୁମାଠାରୁ ପ୍ରାୟ ୬କିମି ଦୂରରେ ରହିଥିବା ୫୫ନମ୍ବର ଜାତୀୟ ରାଜପଥ କଡରେ ବିଦ୍ୟାଳୟର ନିର୍ମିତ ଗୃହ (ଆଦିବାସୀ-ହରିଜନ ବାଳିକା ହଷ୍ଟେଲ)ପରିସରରେ ଆଜି ଏହି ଅନୁଗୁଳ ସଦର ଥାନା ଉଦଘାଟିତ ହୋଇଛି। ଏହି ଥାନା ମାଧ୍ୟମରେ ମୋଟ ୧୮ଟି ପଞ୍ଚାୟତର ୮୩ଟି ଗ୍ରାମବାସୀମାନଙ୍କୁ ସେବା ମିଳିପାରିବ। ଉଦଘାଟନ ବେଳେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀ କାନ୍ତ ସିଂହ, ଅନୁଗୁଳ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର