ସ୍ୱାସ୍ଥ୍ୟ ନୀତି ପାଇଁ ପ୍ରସ୍ତୁତ ଡ୍ରାଫ୍ଟ ପଲିସି ଉପରେ ତର୍ଜମା ବୈଠକ: ୧୫ ଦିନ ଭିତରେ ମତ ଦେବାକୁ ପରାମର୍ଶ

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କୁ ଭେଟିଲେ ସ୍ୱାସ୍ଥ୍ୟ ପରାମର୍ଶଦାତା

ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟ ନୀତିର ଡ୍ରାଫ୍ଟ ପଲିସି ଉପରେ ପୁଙ୍ଖାନୁପୁଙ୍ଖ ତର୍ଜମା ଲାଗି ମଙ୍ଗଳବାର ଗଠିତ କମିଟିର ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ଡାକ୍ତର କେ. ଶ୍ରୀନାଥ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଡ୍ରାଫ୍ଟ ପଲିସିର ବିଭିନ୍ନ ଦିଗ ଉପରେ ବିସୃତ ଆଲୋଚନା କରାଯାଇଥିଲା। ବିଶେଷକରି ସ୍ୱାସ୍ଥ୍ୟ ନୀତିରେ ଦୁଇ ପ୍ରକାର ଯୋଜନା ଉପରେ ଆଲୋକପାତ ହୋଇଥିଲା। ବର୍ଷିକିଆ ବା ସ୍ୱଳ୍ପମିଆଦୀ ଓ ୫ ବର୍ଷିଆ ଦୀର୍ଘମିଆଦୀ ନୀତି ପ୍ରସ୍ତୁତ ଲାଗି ବିଶେଷଜ୍ଞମାନେ ମତ ଦେଇଥିଲେ। ଏଥି ସହିତ ବର୍ତ୍ତମାନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଥିବା ଯନ୍ତ୍ରପାତି, ମାନବ ସମ୍ବଳ ଓ ଭିତ୍ତିଭୂମି ଆଦିର ସର୍ବାଧିକ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି। ଏହାବାଦ୍‌ କେଉଁ ଅଞ୍ଚଳରେ କି ପ୍ରକାରର ସ୍ୱାସ୍ଥ୍ୟସେବାର ଆବଶ୍ୟକତା ରହିଛି, ତାହା ସ୍ୱାସ୍ଥ୍ୟନୀତିରେ ସ୍ଥାନ ପାଇବା ଆବଶ୍ୟକ।

ପ୍ରକାଶ ଥାଉକି ରାଜ୍ୟ ସରକାର ଏହି ସ୍ୱାସ୍ଥ୍ୟ ନୀତି ଚୂଡ଼ାନ୍ତ କରିବା ପାଇଁ ଡାକ୍ତର ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏକ ୨୮ ଜଣିଆ ରମିଟି ଗଠନ କରିବା ସହିତ ଏଥିରେ ସ୍ୱତନ୍ତ୍ର ଭାବେ କେତେକ ବିଶେଷଜ୍ଞଙ୍କୁ ସ୍ଥାନିତ କରିଛନ୍ତି। ବୈଠକ ପରେ ଅପରାହ୍ଣରେ ପରାମର୍ଶଦାତା ଡାକ୍ତର ରେଡ୍ଡୀ ଏବଂ ଶ୍ରୀ ପ୍ରଧାନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କୁ ସାକ୍ଷାତ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର