ସ୍ବାଭାବିକ ହେଲା ସ୍ବାସ୍ଥ୍ୟ ବିଭାଗ, ଆଉ ୪ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : କରୋନା ସଂକ୍ରମଣ ପାଇଁ ବନ୍ଦ ରହିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆଜି ଖୋଲିଛି। ତେବେ ବିଭାଗର ଆଉ ୪ଜଣ କର୍ମଚାରୀ ଆଜି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବିଭାଗର ସମୁଦାୟ ୧୬ଜଣ କର୍ମଚାରୀ ଏ ପର୍ଯ୍ୟନ୍ତ ପଜିଟିଭ୍ ଚିହ୍ନଟ ହୋଇ ସାରିଲେଣି।

ସୂଚନା ଅନୁଯାୟୀ, ସଂପୃକ୍ତ ୪ଜଣ କର୍ମଚାରୀ ଘରେ ସଙ୍ଗରୋଧରେ ଥିଲେ। ଆଜି ସେମାନଙ୍କ ନମୁନା ପଜିଟିଭ୍ ଆସିଛି। ଯେହେତୁ କର୍ମଚାରୀ ସଙ୍ଗରୋଧରେ ରହିଛନ୍ତି ତେଣୁ ଆଜି ବିଭାଗ ଖୋଲିଥିଲେ ହେଁ, କାର୍ଯ୍ୟାଳୟ କାର୍ଯ୍ୟ ସ୍ବାଭାବିକ ରହିଛି। ପୂର୍ବରୁ ବିଭାଗର ବିତ୍ତ ଅଧିକାରୀଙ୍କ ସଂସ୍ପର୍ଶରେ ଆସି ଏସ୍‌ଓ, ଏଏସ୍‌ଓ ଓ ଡେସ୍କ ଅଧିକାରୀଙ୍କୁ ମିଶାଇ ୧୨ଜଣ ସଂକ୍ରମିତ ହୋଇଥିଲେ। ପରବର୍ତୀ ସମୟରେ ବିଭାଗର ଅନ୍ୟ କର୍ମଚାରୀଙ୍କ ନମୁନା ପରୀକ୍ଷା କରାଯାଇଥିଲା। ଏଥିପାଇଁ ବିଭାଗକୁ ସୋମବାର ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଥିଲା।

ସମ୍ବନ୍ଧିତ ଖବର