ଭୁବନେଶ୍ୱର : ଏଥରର ରାଜ୍ୟ ବଜେଟରେ ଓଡ଼ିଶା ସରକାର ସ୍ୱାସ୍ଥ୍ୟ କ୍ଷେତ୍ର ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଓଡ଼ିଶାର ସ୍ୱାସ୍ଥ୍ୟ ବଜେଟ୍ ଗତ ୫ ବର୍ଷ ମଧ୍ୟରେ ଦ୍ୱିଗୁଣଣିତ ହୋଇ ୭ ହଜାର ୭ ଶହ କୋଟି ଟଙ୍କାରେ ପହଞ୍ଚିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧ ହଜାର ୧ ଶହ ୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନରେ ସ୍ୱାସ୍ଥ୍ୟସେବା ବିକାଶ ପାଇଁ ୫୭୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ ୧ ହଜାର ୬୫୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । କଟକ ବଡ଼ ମେଡ଼ିକାଲକୁ ଏମ୍ସପ୍ଲସ ପ୍ରତିଷ୍ଠାନରେ ଋପାନ୍ତରିତ କରିବାକୁ ଆଗାମୀ ୨ ବର୍ଷରେ ୧ ହଜାର କୋଟି ବ୍ୟୟହେବ । ଚିକିତ୍ସାଳୟଗୁଡ଼ିକରେ ପରିମଳ ବ୍ୟବସ୍ଥା ପାଇଁ ନିର୍ମଳ ମିଶନ ଅଧିନରେ ୩୬୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଅନ୍ୟପକ୍ଷରେ ରାଜ୍ୟରେ ୧୧ଟି ମେଡିକାଲ କଲେଜ ସ୍ଥାପନ ପାଇଁ ଯୋଜନା ହାତକୁ ନିଆଯାଇଛି । ସେଗୁଡ଼ିକ ମଧ୍ୟରୁ କୋରାପୁଟ, ବାଲେଶ୍ୱର,ବାରିପଦା ଓ ବଲାଙ୍ଗୀରରେ ମେଡିକାଲ କଲେଜ ପ୍ରତିଷ୍ଠା ହୋଇସାରିଛି । ଏହା ଛଡ଼ା ଆଉ ୭ଟି ମେଡିକାଲ କଲେଜ ପୁରୀ, ଯାଜପୁର, ଭବାନିପାଟଣା, କେନ୍ଦୁଝର, କନ୍ଧମାଳ,ସୁନ୍ଦରଗଡ଼ ଓ ତାଳଚେରଠାରେ ପ୍ରତିଷ୍ଠା କରାଯାଉଛି । ଏସବୁ ପ୍ରକଳ୍ପ ପାଇଁ ମୋଟ ୫୬୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଓଡ଼ିଶା ହୃଦରୋଗ ଚିକିତ୍ସା କାର୍ଯ୍ୟକ୍ରମ ନାମରେ ଏକ ନୂଆ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । କର୍ମଚାରୀ ରାଜ୍ୟ ବୀମା ଯୋଜନା ପାଇଁ ୪୭ କୋଟିର ବ୍ୟୟବରାଦ କରାଯାଇଛି ।