କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକରେ ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ବ୍ୟାକୂଳ ହେଉଛି ଆନ୍ଧ୍ର। ଶୁକ୍ରବାର ଦିନ ନାରେଡିବାଲସାରେ ମେଗା ସ୍ବାସ୍ଥ୍ୟ ଶିବିର ଆୟୋଜନ କରିବାକୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଥିବାବେଳେ ଏଜେଣ୍ଟଗଣ ଆଜି ଗାଁକୁ ଗାଁ ବୁଲି ଲୋକଙ୍କୁସୂଚନା ଦେଇଥିବା ଜଣାପଡିଛି। ଶୁକ୍ରବାର ସକାଳ ୯ଟାରେ ଏହି ଶିବିର ହେବାକୁ ରହିଥିବାବେଳେ ରାଜ୍ୟସ୍ତର ଜଣେ ବରିଷ୍ଠ ଅଧିକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆନ୍ଧ୍ର ପୁଲିସର ଜଣେ ଶୀଷ ଅଧିକାରୀ ଯୋଗ ଦେବାର ରହିଥିବା ଜଣାପଡିଛି। ଏହିଠାରେ କୋଟିଆ, ଧୂଳି ପଦର ତଳ ଧୂଳିପଦର, ତଳ ସେମ୍ବୀ, ଉପରସେମ୍ବୀ ଓ ଅନ୍ୟ ଛୋଟବଡ ଗାଁର ଲୋକେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ମାନ୍ୟମ ଜିଲ୍ଲା ପକ୍ଷରୁ ନିୟୋଜିତ ହୋଇଥିବା ଏଜେଣ୍ଟ ଆଜି ଦିନ ୪ଟାରୁ ଗାଁକୁ ଗାଁ ବୁଲି ଲୋକଙ୍କୁ ଏନେଇ ବୁଝାଉଥିବା ଜଣାପଡିଛି। ଶୁକ୍ରବାର ଉଭୟ ସରକାରୀ ଓ ବେସରକାରୀ ଗାଡିରେ ସେଠାକୁ ନେଇ ସ୍ବାସ୍ଥ୍ୟସେବା ଯୋଗାଇବାର ଯୋଜନା ରହିଛି। ଗତ ଶନିବାର ଦିନ କୋଟିଆର ଫାଟୁସିନେରୀରେ ଏକ ମେଗା ସ୍ବାସ୍ଥ୍ୟ ଶିବିର କରାଇଥିଲା ମାନ୍ୟମ ଜିଲ୍ଲା ପ୍ରଶାସନ। ଏଥିରେ ବହୁ ବରିଷ୍ଠ ସରକାରୀ କର୍ମଚାରୀ ଯୋଗ ଦେଇଥିଲେ।