ଚିତ୍ତଜ୍ଞାନୀ ଚାରିଟେବଲ ଟ୍ରଷ୍ଟର ବିଶାଳ ସ୍ୱାସ୍ଥ୍ୟସେବା ଶିବିର : ୨୫୮୬ ରୋଗୀ ଉପକୃତ

ନୂଆପଡ଼ା : କଟକର ଚିତ୍ତଜ୍ଞାନୀ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ନୂଆପଡ଼ା ଜିଲ୍ଲା ଧରମବନ୍ଧା ଏସ୍‌ଏସ୍‌ଡି ହାଇସ୍କୁଲରେ ଶନିବାର ଓ ରବିବାର ଦୁଇ ଦିନ ଧରି ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇ ଦିନରେ ମୋଟ୍‌ ୨୫୮୬ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକ ଔଷଧ ମାଗଣାରେ ପ୍ରଦାନ କରାଯାଇଥିଲା। ଆଜି ଆନୁଷ୍ଠନିକ ଭାବେ ଏହି ଶିବିରରେ ଉଦ୍‌ଘାଟନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ମିଞ୍ଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଏସ୍‌ପି ସ୍ମିତ ପି ପରମାର, ଏଡିଏମଓ ପ୍ରଭାସିନୀ ବ୍ରହ୍ମା, ସ୍ଥାନୀୟ ସରପଞ୍ଚ ଓମପ୍ରକାଶ କଲାର, ସ୍କୁଲର ପ୍ରିନ୍ସପାଲ ନରହରି ଜାନୀ ଓ ଟ୍ରଷ୍ଟର ସମ୍ପାଦକ ଦତ୍ତେଶ୍ୱର ହୋତା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଶନିବାର ଏସ୍‌ଏସ୍‌ଡି ହାଇସ୍କୁଲର ୭୬୨ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା। ରବିବାର ଅଞ୍ଚଳର ୧୮୨୪ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ଦିଆଯାଇଥିଲା। ୧୮ଟି ୟୁନିଟରେ ବିଭିନ୍ନ ବିଭାଗରେ ୩୨ଜଣ ଡାକ୍ତର ଓ ୫୦ ଜଣ ପାରାମେଡିକାଲ କର୍ମଚାରୀ ନିୟୋଜିତ ଥିଲେ। ଡା. ଲଲିତ ମେହେର, ଡା. ଚିତ୍ତରଞନ କର, ଡା. ସିଦ୍ଧାର୍ଥ ଦାସ, ଡା. ପ୍ରସନ୍ନଜିତ ମହାନ୍ତି, ଡା. ସନାତନ ବେହେରା, ଡା. ପୂର୍ଣ୍ଣଚନ୍ଦ୍ର ଦାସ, ଡା. ଅଶୋକ ଦାସ, ଡା. ବନବିହାରୀ ମିଶ୍ର, ଡା. ଆର୍‌. କେ. ମହାପାତ୍ର, ଡା. ନପି ମୋଦି, ଡା. ବିଭୂତି ନାୟକ, ଡା. ସୁଜାତା ପୂଝାରୀ, ସ୍ଥାନୀୟ ଡା. ସୁଜିତ କୁମାର ପ୍ରମୁଖ ରୋଗ ନିରୁପଣ କରିଥିଲେ। ଏହି ଶିବିରରେ ନୂଆପଡ଼ା, ବଲାଙ୍ଗୀର ଓ କଳାହାଣ୍ଡି ସମେତ ପଡ଼ୋଶୀ ଛତିଶଗଡ଼ ରାସ୍ତାର ସୀମାନ୍ତ ଅଞ୍ଚଳରୁ ରୋଗୀମାନେ ଆସିଥିଲେ। ରୋଗୀଙ୍କ ଯିବା ଆସିବା ଓ ଖାଇବା ବ୍ୟବସ୍ଥା ମଧ୍ୟ ରହିଥିଲା।

ସମ୍ବନ୍ଧିତ ଖବର