ଦୁର୍ଘଟଣାଗ୍ରସ୍ତ ନନ୍ଦି ଓ ଗୋମାତାଙ୍କ ନିମନ୍ତେ ମାଗଣା ଚିକିତ୍ସା କେନ୍ଦ୍ର ଶୁଭାରମ୍ଭ

ଖୋର୍ଦ୍ଧା: ରାଷ୍ଟ୍ରୀୟ ଗୋ’ସେବା ପରିଷଦ ଓଡ଼ିଶା ତରଫରୁ ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ନନ୍ଦି ଓ ଗୋମାତାଙ୍କ ନିମନ୍ତେ ତମାଣ୍ଡୋ ଅଞ୍ଚଳରେ ଏକ ମାଗଣା ଚିକିତ୍ସା କେନ୍ଦ୍ର ସାଧୁ ସନ୍ଥମାନଙ୍କ ଦ୍ଵାରା ଶୁଭାରମ୍ଭ ଆଜି ହୋଇଛି। ଏହି ସବୁ କରିବା ପାଇଁ ଜଣେ ସହୃଦୟ ମହିଳା କସ୍ତୁରୀବାଳା ସ୍ୱାଇଁ ରାଷ୍ଟ୍ରୀୟ ଗୋସେବା ସଂସ୍ଥାର କାର୍ଯ୍ୟ ଦେଖି ଉକ୍ତ ସଂସ୍ଥାକୁ ସୋସିଆଲ ମେଡ଼ିଆ ରେ ଖୋଜି ପାଇଥିଲେ। ନିଜ ଅଧୀନରେ ତମାଣ୍ଡୋ ଅଞ୍ଚଳ ରେ ଥିବା କିଛି ଜାଗା ଏହି ଗୋସେବା ନିମନ୍ତେ ଦେଇଛନ୍ତି ଯାହା ଦ୍ୱାରା ଉକ୍ତ ସଂସ୍ଥାର ଗୋ ସେବକ ଭାଇ ମାନେ ସୁରୁଖୁରୁରେ ଦୁର୍ଘଟଣା ହୋଇଥିବା ନିରୀହ ପଶୁ ମାନଙ୍କର ଚିକିତ୍ସା ହୋଇ ପାରିବ।
ଏହାସହ ଖୋର୍ଦ୍ଧା ଜିଲ୍ଲାର କିଛି ଗୋସେବକମାନଙ୍କୁ ସମ୍ମାନିତ ତାଙ୍କରି ଦ୍ୱାରା କରାଯାଇଥିଲା। ଦୀର୍ଘଦିନ ଧରି ଖୋର୍ଦ୍ଧା ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଯେଉଁ ଗୋମାତା ଦୁର୍ଘଟଣା ହେଉଛନ୍ତି।  ଉକ୍ତ ସଂସ୍ଥାର ସଦସ୍ୟ ମାନେ ଯାଇ ଗୋମାତା ଓ ନନ୍ଦି ମାନଙ୍କ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରି ସଫଳ ହୋଇଛନ୍ତି ଆଗାମୀ ଦିନରେ ସାଧାରଣ ଜନତା ଓ ପ୍ରଶାସନ ସହଯୋଗ କଲେ ଅନେକ ଜୀବନ ବଞ୍ଚାଇ ପାରିବେ ବୋଲି ସଂସ୍ଥାର ସଦସ୍ୟ ଡ଼ଃ. ଶିବ ସୁନ୍ଦର ସ୍ୱାଇଁ (ରାଜ୍ୟ ସଭାପତି), ନାରାୟଣ ସାହୁ ( ରାଜ୍ୟ ଉପସଭାପତି) ଶଶିକାନ୍ତ ଶତପଥି ( ସେକ୍ରେଟାରୀ ) ରାଧୁ, ବିଭୁ ଇତ୍ୟାଦି  କହିଥିଲେ। ଏଥିରେ ଅତିଥି ଭାବରେ  କସ୍ତୁରୀବାଳା ସ୍ୱାଇଁ, ତ୍ରୈଲୋକ୍ୟ ନାଥ ପ୍ରଭୁଜି  ଆଦି ରହି କାର୍ଯ୍ୟକୁ ସଫଳ କରାଇଥିଲେ।
ସମ୍ବନ୍ଧିତ ଖବର