ନିହାତି ଜରୁରି ନଥିଲେ ହସ୍ପିଟାଲ୍‌ ନ ଆସିବାକୁ ଜନସାଧାରଣଙ୍କୁ ନିବେଦନ କଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର: ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ସ୍ୱାସ୍ଥ୍ୟ ବିଭାଗ ରାଜ୍ୟର ଜନସାଧାରଣଙ୍କୁ ଏକ ନିବେଦନ କରିଛି। ଯେଉଁଥିରେ ଅତି ଜରୁରୀ ନଥିଲେ ଲୋକମାନଙ୍କୁ ମେଡିକାଲ ନଆସିବାକୁ କୁହାଯାଇଛି । ରାଜ୍ୟରେ ଏବେ ସଂକ୍ରମଣ ବଢ଼ିବାରେ ଲାଗିଛି , ତେଣୁ ଏପରି ସ୍ଥିତିରେ ମେଡିକାଲ ଭଳି ଗହଳି ସ୍ଥାନକୁ ଆସି ସଂକ୍ରମଣକୁ ଘରକୁ ନେଇ ଯାଆନ୍ତୁ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ଦର୍ଶାଇଛି । ଏଥିସହ ଏ ସଂକ୍ରାନ୍ତରେ ଗଣମାଧ୍ୟମ ଜରିଆରେ ଡିଏମଇଟି ଡା.ସିବିକେ ମହାନ୍ତି ଜନସାଧାରଣଙ୍କୁ ସଚେତନ କରିଛନ୍ତି।

ଅନ୍ୟପଟେ ସମସ୍ତଙ୍କୁ ସାମାଜିକ ଦୂରତା ପାଳନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଗତ କିଛି ଦିନ ହେଲା ବିଭିନ୍ନ ସ୍ଥାନରେ ଡାକ୍ତରମାନେ କୋଭିଡ୍ ସଂକ୍ରମିତ ହେବା ଦେଖିବାକୁ ମିଳୁଛି । ଯାହାପରେ ସ୍ୱାସ୍ଥ୍ୟ ବିଭାଗ ଏନେଇ ତତ୍ପରତା ପ୍ରକାଶ କରିବା ସହିତ ହସ୍ପିଟାଲରେ କୋଭିଡ୍ ନିୟମ କଡ଼ାକଡ଼ି କରିବା ସହ ଭିଡ଼ ନକରିବାକୁ କହିଛି ।

ସମ୍ବନ୍ଧିତ ଖବର