ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନକ୍ସା ପ୍ରସ୍ତୁତ; ଓଡିଶାରେ କେମିତି ମିଳିବ କରୋନା ଟିକା

ଭୁବନେଶ୍ବର: ଓଡ଼ିଶାରେ କେମିତି ଦିଆଯିବ କରୋନା ଟିକା । ରାଜ୍ୟ ସରକାର ଏନେଇ ବ୍ଲୁ ପ୍ରିଂଟ ବା ନକ୍ସା ପ୍ରସ୍ତୁତ କରିଛନ୍ତି । କେନ୍ଦ୍ରରୁ ଟିକା ଆସିବା ପରେ ପ୍ରଥମେ ଟିକାକୁ ରାଜ୍ୟ ଟିକା ଷ୍ଟୋରରେ ରଖାଯିବ । ପରେ ସେଠାରୁ ୨ଟି ଆଂଚଳିକ ଟିକା ଷ୍ଟୋରକୁ ପଠାଯିବ । ଏବଂ ଆଂଚଳିକ ଟିକା ଷ୍ଟୋରରୁ ୩୨ଟି ଟିକା ଷ୍ଟୋରକୁ ଯିବ ଭାକ୍ସିନ । ପୁଣି ସେଠାରୁ ୧୨ଶହ ୨୨ କୋଲ୍ଡ ଚେନ ପଏଂଟକୁ ଟିକା ପଠାଯିବ । ସେଠାରୁ ୨୯ ହଜାର ୨୭୨ ସେସନ ସାଇଟକୁ ପଠାଯିବ ଏବଂ ସେଠାରେ ଆସନ୍ତାକାଲି ଠାରୁ ରାଜ୍ୟରେ କରୋନା ଟିକାର ଡ୍ରାଏ ରନ୍ । ପ୍ରାଥମିକ ପର୍ଯ୍ୟାୟରେ ୩ ଲକ୍ଷ ୭୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଭାକ୍ସିନ ଦିଆଯିବ । କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ୩୦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା କାର୍ଯ୍ୟକାରୀ ହେବ । ଏଥିପାଇଁ ଜାଗା ଚିହ୍ନଟ କରାଯାଇଛି । ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ୨୫ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ସାମିଲ କରାଯିବ । ସବୁ ଟିକାକରଣ କେନ୍ଦ୍ରରେ ଜଣେ ଭ୍ୟାକ୍ସିନେଟରଙ୍କୁ ମିଶାଇ ୫ଜଣିଆ ଟିମ୍ ଉପସ୍ଥିତ ରହିବେ ।

Image Courtesy of NDTV

ଡ୍ରାଏ ରନ୍ ସମୟରେ କୋଭିଡ୍-୧୯ର ସମସ୍ତ ନିୟମ ପାଳନ କରାଯିବ । ଜାନୁଆରୀ ୨ ତାରିଖରୁ ଅର୍ଥାତ ଆସନ୍ତାକାଲି ଦେଶର ସମସ୍ତ ରାଜ୍ୟରେ କୋଭିଡ୍ ଟିକାର ଡ୍ରାଏ ରନ୍ ଆରମ୍ଭ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା । ଡ୍ରାଏ ରନ୍ ସମୟରେ କୋଭିଡ୍-୧୯ର ସମସ୍ତ ନିୟମ ପାଳନ କରାଯିବ ।

ପ୍ରଥମ ପର୍ଯ୍ୟାୟରେ ଦେଶର ୪ଟି ରାଜ୍ୟରେ ହୋଇଥିବା ଭାକସିନ୍ ଡ୍ରାଏ ରନ୍ ସଫଳ ହେବା ପରେ ଏହି ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ପ୍ରଥମ ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶ, ଆସାମ, ଗୁଜରାଟ ଓ ପଂଜାବର ୨ଟି ଲେଖାଏଁ ଜିଲ୍ଲାରେ ଡିସେମ୍ୱର ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ହୋଇଥିଲା ଭାକସିନର ଡ୍ରାଏରନ୍ ।

ସମ୍ବନ୍ଧିତ ଖବର