ସ୍ବାସ୍ଥ୍ୟ ବିଭାଗ ଜାରି କଲା ନିର୍ଦ୍ଦେଶନାମା : ରାଜ୍ୟରେ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ

କଟକଣା ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ: ପରିବହନ ମନ୍ତ୍ରୀ

ଭୁବନେଶ୍ବର : ଏଣିକି ସମଗ୍ର ରାଜ୍ୟରେ କୌଣସି କୋଠାବାଡ଼ି ନିର୍ମାଣ କାର୍ଯ୍ୟ ହେବନି। ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ସାମାଜିକ ଦୂରତା ରକ୍ଷା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମହାମାରୀ ରୋଗ ଆଇନ ଅନ୍ତର୍ଗତ କରୋନା ମୁକାବିଲା ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ଓଡ଼ିଶା କୋଭିଡ୍‌-୧୯ ନିୟମାବଳୀ,୨୦୨୦ ଅନୁଯାୟୀ ନିର୍ଦ୍ଦେଶନାମା ଜାରି କରିଛି। ସାରା ରାଜ୍ୟରେ କରୋନା ପାଇଁ ତାଲା ବନ୍ଦ ଘୋଷଣା କରାଯାଇଛି। ଏହାର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାର ଏପରି ଆଗୁଆ ପଦକ୍ଷେପ ନେଇଛନ୍ତି।

ନିର୍ଦ୍ଦେଶନାମା ଅନୁଯାୟୀ, ସ୍ୱାସ୍ଥ୍ୟସେବା ପାଇଁ ଉଦ୍ଦିଷ୍ଟ ନିର୍ମାଣ କାର୍ଯ୍ୟକୁ ଛାଡ଼ି ସମସ୍ତ ନିର୍ମାଣ କାର୍ଯ୍ୟ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରଖାଯିବ। ଯଦି ଏହାକୁ ନେଇ କୌଣସି ସ୍ପଷ୍ଟୀକରଣର ଆବଶ୍ୟକତା ପଡ଼େ, ତେବେ ପରବର୍ତ୍ତୀ ଅବସ୍ଥାରେ ସରକାର ଏ ବାବଦରେ ପଦକ୍ଷେପ ନେବେ ବୋଲି ସ୍ବାସ୍ଥ୍ୟ ବିଭାଗ ଜଣାଇଛି।

କଟକଣା ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ: ପରିବହନ ମନ୍ତ୍ରୀ
ଭୁବନେଶ୍ବର :କରୋନା ପାଇଁ ରାଜ୍ୟ ସରକାର ତାଲା ବନ୍ଦ ଘୋଷଣା କରିଛନ୍ତି। ଏହି ସମୟରେ ବାହାନା କରି ଯଦି କୌଣସି ବ୍ୟକ୍ତି ବାହାରେ ଗାଡ଼ି ଧରି ବୁଲନ୍ତି ତା ହେଲେ ତାଙ୍କ ବିରୋଧରେ ନୂଆ ମୋଟର ଯାନ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଆବଶ୍ୟକ ହେଲେ,ତାଙ୍କ ଗାଡ଼ି ସିଜ୍‌ କରାଯିବ। ଏପରି ଚେତାବନୀ ଦେଇଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଶ୍ରୀ ବେହେରା ନିବେଦନ କରି କହିଛନ୍ତି,କଟକଣା ସମୟରେ ଲୋକମାନେ ସରକାରଙ୍କ ନିର୍ଦ୍ଦେଶ ମାନି ଘରେ ରୁହନ୍ତୁ ପଦାକୁ ଗାଡ଼ି ଧରି ଆସନ୍ତୁ ନାହିଁ। ତା ହେଲେ ଯାଇ ଏହି ରୋଗରୁ ମୁକ୍ତି ମିଳିପାରିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର