ଏଣିକି କୋଭିଡ ସଂପର୍କିତ ନିଷ୍ପତ୍ତି ନେବ ସ୍ୱାସ୍ଥ୍ୟ ବିଭାଗ, ଆଜି ହଟିବ ଏନ୍‌ଡିଏମ୍‌ଏ ନିର୍ଦେଶନାମା!

ମାସ୍କ, ସାମାଜିକ ଦୂରତା, ଛେପ ପକାଇବା କଟକଣା ଜାରି ରହିବ

ଭୁବନେଶ୍ବର : କେନ୍ଦ୍ର ସରକାର କୋଭିଡ-୧୯ ନିୟନ୍ତ୍ରଣ ପାଇଁ କଟକଣା ହଟାଇବା ପରେ ରାଜ୍ୟ ସରକାର ମଧ୍ୟ ଏହାକୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ(ଏନ୍‌ଡିଏମ୍‌ଏ) ନିର୍ଦେଶନାମାକୁ ଆଜି ରାଜ୍ୟ ସରକାର ହଟାଇ ପାରନ୍ତି। ତେଣୁ ଆଗକୁ କୋଭିଡ ଜନିତ ସମସ୍ତ ନିଷ୍ପତ୍ତି ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ବଦଳରେ କେବଳ ସ୍ବାସ୍ଥ୍ୟ ବିଭାଗ ନେବ ବୋଲି ସୂଚନା ମିଳିଛି।

ତେବେ ରାଜ୍ୟରେ ପୂର୍ବଭଳି ମହାମାରୀ ଆଇନରେ କୌଣସି ପରିବର୍ତନ ହେବନାହିଁ। ତେଣୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଓ ଛେପ ପକାଇବା ଉପରେ ପୂର୍ବଭଳି କଟକଣା ଜାରି ରହିବ। କରୋନା ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାର ୨୦୨୦ ମାର୍ଚ ୧୩ତାରିଖରେ ଏନ୍‌ଡିଏମ୍‌ଏ ନିର୍ଦେଶନାମାକୁ କାର୍ଯ୍ୟକାରୀ କରିଥିଲେ। ଏହି ନିର୍ଦେଶନାମା ଅନୁଯାୟୀ ରାଜ୍ୟରେ ଲକ୍‌ଡାଉନ୍‌/ସଟ୍‌ଡାଉନ୍‌ ଭଳି ପଦକ୍ଷେପ ନିଆଯାଇଥିଲା। ମାତ୍ର ନିକଟରେ କେନ୍ଦ୍ର ସରକାର ଏହାକୁ ହଟାଇବା ପରେ ରାଜ୍ୟମାନଙ୍କୁ ଏହାକୁ ହଟାଇବା ଲାଗି କହିଥିଲେ।

ସମ୍ବନ୍ଧିତ ଖବର