ସଂକ୍ରମଣ କମୁଥିଲେ ବି ସତର୍କ ରୁହ :  ଜିଲ୍ଲା ଓ ମହାନଗର ନିଗମଗୁଡ଼ିକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ବର :  ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବିଗତ କିଛି ଦିନ ହେଲା ନିୟମିତ ଭାବେ କମିଚାଲିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକଡାଉନକୁ କୋହଳ କରିବା ଆରମ୍ଭ କରିଛନ୍ତି । ତେବେ ଏହି ସମୟରେ ସତର୍କତା ଅବଲମ୍ବନ କରିବାକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ରଙ୍କ ପକ୍ଷରୁ ଜିଲ୍ଲାପାଳ ଓ ମୁନିସିପାଲ କମିଶନରମାନଙ୍କୁ ଏକ ପତ୍ର ଲେଖି କୁହାଯାଇଛି ଯେ ଲକଡାଉନକୁ କୋହଳ କରିବା ବେଳେ କୋଭିଡ ନିୟମାବଳୀର ପାଳନ, ଟେଷ୍ଟିଂ, ଟ୍ରାକିଂ ଓ ଟିକାକରଣ ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି । ଜିଲ୍ଲା ଓ ମହାନଗରଗୁଡ଼ିକରେ କୋଭିଡ ଭିତ୍ତିଭୂମିକୁ ସୁଦୃଢ କରିବା ଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଶିଶୁମାନଙ୍କ ମଧ୍ୟରେ ସଂକ୍ରମଣକୁ ରୋକିବାକୁ ଆବଶ୍ୟକ ପ୍ରସ୍ତୁତି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟରେ କରୋନା ସ୍ଥିତି ଏବେ ବି ଚିନ୍ତାଜନକ ଥିବାରୁ ଯେଉଁ ଅଞ୍ଚଳରେ ପୁଣି ଥରେ ସଂକ୍ରମଣ ବଢିବାର ସଂକେତ ଦେଖାଦେଉଛି ସେ ଅଞ୍ଚଳଗୁଡ଼ିକ ଉପରେ ସତର୍କ ଦୃଷ୍ଟି ରଖିବାକୁ ଓ ଆବଶ୍ୟକ ପଡ଼ିଲେ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାକୁ କୁହାଯାଇଛି । ସେହିପରି ଟିକାକରଣ ଉପରେ ଫୋକସ ଅବ୍ୟାହତ ରଖି ସବୁ ଅଗ୍ରାଧିକାର ବର୍ଗର ଲୋକମାନେ ଯେପରି ଟିକା ପାଆନ୍ତି ତାହା ନିଶ୍ଚିତ କରିବାକୁ କୁହାଯାଇଛି ।

ସମ୍ବନ୍ଧିତ ଖବର